ଖୋର୍ଦ୍ଧାରୋଡ ଡିଭିଜନରେ ସୁରକ୍ଷା କାର୍ଯ୍ୟ ପାଇଁ ଟ୍ରେନ ଚଳାଚଳରେ ପରିବର୍ତ୍ତନ

ଖୋର୍ଦ୍ଧାରୋଡ ଡିଭିଜନରେ ସୁରକ୍ଷା କାର୍ଯ୍ୟ ପାଇଁ ଟ୍ରେନ ଚଳାଚଳରେ ପରିବର୍ତ୍ତନ

ଭୁବନେଶ୍ୱର : ଘଣ୍ଟପଡା ଲେଭଲ କ୍ରସିଂ ଗେଟକୁ ରୋଡ୍‌ ଓଭର ବ୍ରିଜ୍‌ରେ ପରିଣତ କରିବା ସହ ଜଡିତ କାର୍ଯ୍ୟର ସୁଗମ ଓ ସୁରକ୍ଷିତ ସମ୍ପାଦନ ପାଇଁ ନିମ୍ନଲିଖିତ ଟ୍ରେନଗୁଡ଼ିକୁ ସଂକ୍ଷିପ୍ତ/ଅବଧି -ଉତ୍ପତ୍ତି ଓ କିଛିକୁ ଗତିପଥରେ ପରିବର୍ତ୍ତନ କରାଯିବ ଯାହା ନିମ୍ନରେ ବିସ୍ତୃତ ଭାବରେ ଦର୍ଶାଯାଇଛି । ଟ୍ରେନ ନମ୍ବର ୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ ୨୩ ରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଅନୁଗୁଳରେ ସଂକ୍ଷିପ୍ତ-ଅବଧି ଦିଆଯିବ । ଟ୍ରେନ ନମ୍ବର ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ ୨୪ ରୁ ୨୮ ତାରିଖ ମଧ୍ୟରେ ପୁରୀ ପରିବର୍ତ୍ତେ ଅନୁଗୁଳରୁ ସଂକ୍ଷିପ୍ତ-ଉତ୍ପତ୍ତି ହେବ ।

  ସେହିପରି ଏହି ବ୍ଲକ୍‌ ଅବଧି ମଧ୍ୟରେ ନିମ୍ନଲିଖିତ ଟ୍ରେନଗୁଡ଼ିକୁ ତାଳଚେର ଷ୍ଟେସନକୁ ବାଇପାସ କରି  ଅନୁଗୁଳ-ତାଳଚେର ରୋଡ୍‌- ବୁଢାପଙ୍କ ଷ୍ଟେସନ ମାର୍ଗରେ ଚଳାଚଳରେ ପରିବର୍ତ୍ତନ କରାଯିବ । ଟ୍ରେନ ନମ୍ବର ୨୦୮୬୨ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ, ଟ୍ରେନ ନମ୍ବର ୧୮୪୨୨ ସାନ୍ତରାଗାଛି-ପୁରୀ ଏକ୍ସପ୍ରେସ ୨୪ ତାରିଖରେ । ଟ୍ରେନ ନମ୍ବର ୨୦୮୩୧ ଶାଲିମାର - ସମ୍ବଲପୁର ଏକ୍ସପ୍ରେସ ୨୪ ଓ୨୭ ତାରିଖରେ । ଟ୍ରେନ ନମ୍ବର ୨୦୮୦୭ ବିଶାଖାପାଟଣା - ଅମୃତସର ଏକ୍ସପ୍ରେସ ୨୪ ଓ ୨୫ ତାରିଖରେ । ଟ୍ରେନ ନମ୍ବର ୨୦୮୦୮ ଅମୃତସର - ବିଶାଖାପାଟଣା ଏକ୍ସପ୍ରେସ ୨୫ ତାରିଖରେ । ଟ୍ରେନ ନମ୍ବର ୨୦୮୩୨ ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ୨୩ ଓ ୨୬ ତାରିଖରେ, ଏହି ଛଅଟି ଏକ୍ସପ୍ରେସ ଟ୍ରେନ ଉପରୋକ୍ତ ଅବଧି ମଧ୍ୟରେ ତାଳଚେର ରୋଡରେ ପାଞ୍ଚ ମିନିଟ୍‌ ରହଣି କରିବ ।