କଣ୍ଟିଲୋରେ ମହାମହିମ ରାଷ୍ଟ୍ରପତି

Droupadi Murmu

କଣ୍ଟିଲୋରେ ମହାମହିମ ରାଷ୍ଟ୍ରପତି

ନୟାଗଡ଼ : ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା  । ପରେ ସେଠାରୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ପହଞ୍ଚିଛନ୍ତି । ନୀଳମାଧବଙ୍କୁ ଦର୍ଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି  । ପରେ ନୟାଗଡ଼ କାଳିଆପଲ୍ଲୀରେ ବିଶ୍ୱାବସୁ ସମ୍ପ୍ରଦାୟ ପକ୍ଷରୁ ହେଉଥିବା ମହାଯଜ୍ଞରେ ଯୋଗ ଦେବେ । ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ରାଜଭବନ ଅଭିମୁଖେ ଯାଇ ସେଠାରେ ସେ ରାତ୍ରିଯାପନ କରିବାର ସୂଚନା ରହିଛି  ।

ମଙ୍ଗଳବାର ସକାଳ ୯ଟାରେ ରାଷ୍ଟ୍ରପତି ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।