‘ଜିଲ୍ଲାକୁ ମତ୍ସ୍ୟ ଚାଷରେ ଆଗେଇ ନେବା ପାଇଁ ଆହ୍ୱାନ’
ନୂଆପଡା : ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମତ୍ସ୍ୟ ବିଭାଗ ପକ୍ଷରୁ ଚାଲୁଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଗଲା । ଚଳିତ ବର୍ଷ ମତ୍ସ୍ୟ ପୋଖରୀ ଯୋଜନାରେ ୧୦୮ ହେକ୍ଟର ବନ୍ଧ ଖନନ ଲକ୍ଷ ଧାର୍ଯ୍ୟ କରାଯାଇଛି । ତା’ ଭିତରୁ ୪.୨୦ହେକ୍ଟର କ୍ଷେତ୍ରରେ ପୋଖରୀ ଖନନ ହୋଇସାରିଛି । ୪୫ହେକ୍ଟର କ୍ଷେତ୍ର ପୁରୁଣା ପୋଖରୀରେ ମାଛ ଚାଷ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ୯୪ଏକର କ୍ଷେତ୍ର ପୋଖରୀରେ ମାଛ ଜାଆାଁଳ ଛାଡି ମତ୍ସ୍ୟ ଉତ୍ପାଦନ କରିବାକୁ ସରକାରଙ୍କ ଅନୁମୋଦନ ଅଛି । ସେହିପରି ୧୨୦ଟି ବାୟୋଫ୍ଲକ୍ସ କୁଣ୍ଡରେ ମାଛ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୪୨ଟି ମାଛ ଧରା ଜାଲ ମତ୍ସ୍ୟ ଚାଷୀଙ୍କୁ ଦିଆଯିବ । ଏହା ସହିତ ୪୦ହେକ୍ଟର କ୍ଷେତ୍ର ଗ୍ରାମପଞ୍ଚାୟତ ପୋଖରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଛ ଚାଷପାଇଁ ସୁଯୋଗ ଦିଆଯିବ । ଜିଲ୍ଲାରେ ମତ୍ସ୍ୟ ଚାଷ ପାଇଁ ବହୁଳ ସୁଯୋଗ ଥିବାରୁ ଏହାର ସଦୁପଯୋଗ କରି ଜିଲ୍ଳାକୁ ମତ୍ସ୍ୟ ଚାଷରେ ଆଗେଇ ନେବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।