ସ୍କୁଲରେ ମଧ୍ୟାହ୍ନ ଭୋଜନ ନେଇ ଆସିଲା ବଡ଼ ଖବର

ଭୁବନେଶ୍ବର: ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ। ପ୍ରଥମ ଦିନରୁ ହିଁ ଓଡ଼ିଶାର ସବୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯିବା ଲାଗି ନୂଆ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଏହି ବ୍ୟବସ୍ଥା କରାଯିବାକୁ କୁହାଯାଇଛି।  ଯେପରି କେହି ବି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ସରକାର ତାଗିଦ୍ କରିଛନ୍ତି। ସମସ୍ତ ଡିଇଓଙ୍କୁ  ପିଏମ୍ ପୋଷଣ ନୋଡାଲ୍ ଅଧିକାରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି, ପ୍ରଥମରୁ ୮ମ ଶ୍ରେଣୀରେ ପଢ଼ୁଥିବା ୬ରୁ ୧୪ ବର୍ଷ ବୟସର ପ୍ରତିଟି ଶିଶୁ ମଧ୍ୟାହ୍ନ ଭୋଜନ ପାଇବାକୁ ହକଦାର। ସ୍କୁଲର ଅବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀ ଯେପରି ସେମାନଙ୍କ ହକରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇଛି। ଓଡ଼ିଆ ସ୍ପଷ୍ଟ ନୁ୍ୟଜ ଆଉ ମାତ୍ର ୨ ଦିନ ପରେ ସ୍କୁଲ୍ ଖୋଲିବ । ତା’ ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ବଳକା ରହିଥିବା ଚାଉଳ, ତେଲ, ଡାଲି, ସୋୟାବଢ଼ି ସମେତ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀର ମାନ ଠିକ୍ ଅଛି କି ନାହିଁ ଯାଞ୍ଚ କରିବାକୁ କୁହାଯାଇଛି।