ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଓ ଆକ୍ସିସ୍ ବ୍ୟାଙ୍କ ମଧ୍ୟରେ ବୁଝାମଣାପତ୍ର
ଜଟଣୀ : ଏକ୍ସିସ୍ ବ୍ୟାଙ୍କରେ ଆକାଉଣ୍ଟ ଥିବା ରେଳ କର୍ମଚାରୀମାନଙ୍କୁ ରେଳ ସେବା ପ୍ୟାକେଜ୍ ଅଧୀନରେ ବହୁବିଧ ସୁବିଧା ପ୍ରଦାନ କରିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଆକ୍ସିସ୍ ବ୍ୟାଙ୍କ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଶୁଭ୍ରଜ୍ୟୋତି ମଣ୍ଡଳ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା)ଖୋର୍ଦ୍ଧାରୋଡ଼ ଶୁଭ୍ରଜିତ ମଣ୍ଡଳଙ୍କ ଉପସ୍ଥିତିରେ, ଆରଏନ୍ଏ ପରିଡା ଖୋର୍ଦ୍ଧାରୋଡ଼ ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଏବଂ ବିପ୍ଳବୀ ପଟ୍ଟନାୟକ ସର୍କଲ୍ ହେଡ୍/ଆକ୍ସିସ୍ ବ୍ୟାଙ୍କ/ଓଡିଶାଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ରେଳ ସେବା ପ୍ୟାକେଜ୍ ଅଧୀନରେ କର୍ମଚାରୀମାନେ ଦେଶର ଯେକୌଣସି ସ୍ଥାନରେ ଆକ୍ସିସ୍ ବ୍ୟାଙ୍କର ସମସ୍ତ ଶାଖାରେ ସେମାନଙ୍କର ଆକାଉଣ୍ଟ କାରବାର କରିପାରିବେ । ଡୁ୍ୟଟି ସମୟରେ, ଡୁ୍ୟଟି ବାହାରେ ମୃତୁ୍ୟ ଘଟିଲେ କର୍ମଚାରୀମାନେ ୧୦୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ପାଇବେ ଏବଂ ବ୍ୟକ୍ତିଗତ ଦୁର୍ଘଟଣା କ୍ଷେତ୍ରରେ ସ୍ଥାୟୀ ଏବଂ ଆଂଶିକ ଅକ୍ଷମତା ପାଇଁ ବୀମା ସୁବିଧାକୁ ଅନ୍ତର୍ଭୁକ୍ତ କରିବ । ଏହା ୬୦ ବର୍ଷ ବୟସ ପର୍ଯ୍ୟନ୍ତ, ପ୍ରାକୃତିକ ମୃତୁ୍ୟ ପାଇଁ, ୧୦ ଲକ୍ଷ ଟଙ୍କା ବୀମା ମଧ୍ୟ କଭର କରିବ । କର୍ମଚାରୀମାନେ ସେମାନଙ୍କ ପିଲାମାନଙ୍କ ଅଧ୍ୟୟନ ପାଇଁ ଆକ୍ସିସ୍ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ଶିକ୍ଷାଗତ ସୁବିଧା ପାଇପାରିବେ । ବୁଝାମଣାପତ୍ରର ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ସମସ୍ତ ବ୍ୟାଙ୍କରେ ମାଗଣା ଅସୀମିତ କାରବାର, ମାଗଣା ଅନଲାଇନ୍ କାରବାର, ଶୂନ୍ୟ ଖୋଲା ଜମା ଏବଂ ହାରାହାରି ମାସିକ ବାଲାନ୍ସ ଆବଶ୍ୟକତା ନାହିଁ, ବର୍ଦ୍ଧିତ ଦୈନିକ ଉଠାଣ ଏବଂ ସପିଂ ସୀମା, ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ, ପେ-ଟୁ-ପେନସନ୍, ବ୍ୟାଙ୍କିଂ, ଋଣ ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ ।