ଭୁଶୁଡିବାକୁ ବସିଛି ତିର୍ତ୍ତୋଲ କଂଗ୍ରେସ

ାା ପ୍ରଭାନୁ୍ୟଜ୍ ।ା ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଦିନଥିଲା ତିର୍ତ୍ତୋଲ ଅଞ୍ଚଳକୁ କଂଗ୍ରେସର ଗଡ଼ କୁହାଯାଉଥିଲା  । କିନ୍ତୁ କିଛି ଛଦ୍ମବେଶୀ କୁଚକ୍ରି ନେତାଙ୍କ ଯୋଗୁଁ କାଳେ ତିର୍ତ୍ତୋଲ ବ୍ଲକ୍ କଂଗ୍ରେସର ସ୍ଥିତି ଏବେ ପତନ ଆଡ଼କୁ ଗତିକରୁଥିବା କୁହାଯାଉଛି  । ଦୁଇ ଦୁଇ ଥର ତିର୍ତ୍ତୋଲ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ହିମାଂଶୁ ଭୂଷଣ ମଲ୍ଲିକଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ କାଳେ ଦିର୍ଘଦିନ ହେବ ଦଳକୁ ବଳ ଯୋଗାଉଥିବା ପଦପଦବୀ ଧାରୀ ଅନେକ ଦଳୀୟ କର୍ମୀମାନେ ଦଳ ଛାଡିବାକୁ ଶ୍ରେୟସ୍କର ମଣିବା ସହ ପଦପଦବୀ ଧାରୀ ଅନେକ କର୍ମୀ ଅନ୍ୟ ଦଳକୁ ଚଳାଇଯାଉଛନ୍ତି ବୋଲି ଏବେ ନିର୍ବାଚନ ମଣ୍ଡଳୀ ସାରା ଡିବି ଡିବି ହୋଇ ବାଜୁଛି । କୁହାଯାଉଛି ଏଭଳି କାର୍ଯ୍ୟ କଳାପରେ ଅତିଷ୍ଠ ହୋଇ ୩ନଂ ଜୋନ୍ ର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନସ ବେହେରା କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ସହିତ କଟରା ପଞ୍ଚାୟତ ସରପଞ୍ଚ, ତରଜଙ୍ଗା ପଞ୍ଚାୟତର ସମିତିସଭ୍ୟ, ବ୍ଲକ୍ ଅନୁସୂଚିତ ଜାତି ଜନଜାତି ସଭାପତିଙ୍କ ସହ ଅନେକ ପଦପଦବୀ ଧାରୀ ସକ୍ରିୟ ଦଳପ୍ରେମୀ ବାଧ୍ୟହୋଇ ନିକଟ ଅତୀତରେ ଅନ୍ୟ ଦଳକୁ ଆଦରି ନେଇଛନ୍ତି ବୋଲି କୁହାଯାଉଛି । ଏମିତିକି କିଛିମାସ ପୂର୍ବେ ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ତଥା କନମୂଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧ୍ୟ ତାଙ୍କ ଆକ୍ରୋସର ଶିକାର ହେବାରୁ ବାଦ ପଡି ନଥିଲେ ବୋଲି ଶୁଣିବାକୁ ମିଳୁଛି । ଏମିତିକି ବିଧାୟକ ପ୍ରାର୍ଥୀଙ୍କ ଯୋଗୁଁ କାଳେ କଂଗ୍ରେସରେ କୁହୁଳୁଥିବା ଅସନ୍ତୋଷର ବାତାବରଣ ଏବେ ବ୍ଲକ୍ କଂଗ୍ରେସକୁ ପତନ ଆଡ଼କୁ ଟାଣିନେଉଛି ବୋଲି କୁହାଯାଉଛି । କଂଗ୍ରେସ ବିଧାୟକ ପ୍ରାର୍ଥୀ ଓ ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତିଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି  । ଜିଲ୍ଲା ସଭାପତି ନିଜ ପ୍ୟାଡ୍ ଉପରେ ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଥିବାର ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ଉକ୍ତ ଚିଠି ଅନୁଯାୟୀ ବ୍ଲକ୍ ସଭାପତି କାଳେ ଦଳରେ ଦଳବିରୋଧୀ ଓ ବିଶୃଙ୍ଖଳା ସୃଷ୍ଟି କରୁଥିଲେ ବୋଲି ବିଧାୟକ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ତାଙ୍କ ନାଁରେ ଜିଲ୍ଲା ସଭାପତିଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ଯେଉଁଥି ପାଇଁ ଜିଲ୍ଲା ସଭାପତି ଏଥିରୁ କ'ଣ ବୁଝିଲେ କେଜାଣି ପୂର୍ବତନ ବ୍ଲକ୍ ସଭାପତି ନିହାରଙ୍କୁ ଏକ କାରଣ ଦର୍ଶାଅ ନୋଟିସ କରିଦେଇଥିଲେ । ଦିର୍ଘ ୨୪ ବର୍ଷ ହେବ କଂଗ୍ରେସ ଦଳ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଥିବା ନିହାରଙ୍କୁ ଆକ୍ରୋଶ ମୂଳକ ଭାବେ ବଦନାମ କରିବା ପାଇଁ ଏହାଏକ ସୁପରିକଳ୍ପିତ ଷଡଯନ୍ତ୍ର ନୁହେଁ ତ ? ସୁଚନାନୂଯାୟୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ କାଳେ ଚିରଞ୍ଜିବୀ ବିଶ୍ୱାଳଙ୍କର ଅତି ଘନିଷ୍ଠ ସହଯୋଗୀ ଥିଲେ । ଗତ ନିର୍ବାଚନ ସମୟରେ ଚିରଞ୍ଜିବୀ ବିଶ୍ୱାଳ ବିଜେଡିରେ ମିଶିବା ପରେ ବାବୁ ହିମାଂଶୁ କାଳେ ତିର୍ତ୍ତୋଲ ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଯୋରଦାର ଉଦ୍ୟମ କରିବା ସହ ସଜବାଜ ହୋଇ ପାଟିରୁ ଲାଳ ଗଡାଉଥିଲେ ବୋଲି ସେ ସମୟରେ ଯୋରଦାର ଚର୍ଚ୍ଚା ହେଉଥଲା । ଯାହାକି ବାବୁ ହିମାଂଶୁ ବିଜେଡ଼ି ଆଡକୁ ଢଳୁଥିବାରୁ କାଳେ ବ୍ଲକ୍ କଂଗ୍ରେସ ସଭାପତି ନିହାର ତାଙ୍କୁ ସେତେବେଳେ ଏନେଇ ବିରୋଧ କରିଥିଲେ ସେଥିପାଇଁ ବାବୁ ହିମାଂଶୁ କାଳେ ଏବେ ପୂର୍ବ ରାଗ ସୁଜାଇବା ପାଇଁ ଆକ୍ରୋଶ ମୂଳକ ଭାବେ ବ୍ଲକ୍ ସଭାପତି ନିହାରଙ୍କ ପଛରେ ପଡିଯାଇଛନ୍ତି ବୋଲି ବ୍ଲକ୍ ଅଞ୍ଚଳରେ ଯୋରଦାର ଚର୍ଚ୍ଚା ହେଉଛି । ଏମିତିକି କୁହାଯାଉଛି ବ୍ଲକ୍ ସଭାପତି ନିହାରଙ୍କ ବିରୋଧରେ କାଳେ ବିଧାୟକ ପ୍ରାର୍ଥୀ ଆକ୍ରୋଶ ମୂଳକ ଭାବେ ଗତ ୧୭ ତାରିଖରେ ଗରାମ ପଞ୍ଚାୟତ ତୁରୁଖା ଗ୍ରାମର ୨ଟି ୱାର୍ଡରେ ବୈଠକ ଡ଼ାକିଥିଲେ । କିନ୍ତୁ ନିହାରଙ୍କ ବିରୋଧରେ ଏହି ବୈଠକ ଡକାଯାଇଥିବା ସୂଚନା ମିଳିବାରୁ ବୈଠକରେ ହାତଗଣତି କେଇଜଣ କଂଗ୍ରେସ କର୍ମୀ ଯୋଗଦେଇଥିବା ବେଳେ ଅଧିକାଂଶ କର୍ମୀ ବୈଠକକୁ ଆସି ନଥିଲେ ।  ଏଭଳି ଅନେକ କଥା ଏବେ ଦଳୀୟ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କରେ ପୂର୍ବତନ ବ୍ଲକ୍ ସଭାପତି ନିହାର ରଞ୍ଜନ ନାୟକଙ୍କ ମତାମତ ନେବାରୁ ସେ କହିଛନ୍ତିି ଯାହାବି ହେଉନା କାହିଁକି ମୁଁ ଛାତ୍ର ଜୀବନରୁ କଂଗ୍ରେସରେ ସକ୍ରିୟ ଭାବେ କାର୍ଯ୍ୟ କରିଆସିଛି, ଏବେ ସେଇ କଂଗ୍ରେସରେ ଅଛି, ଆଗାମୀ ଦିନରେ ମଧ୍ୟ କଂଗ୍ରେସରେ ହିଁ ରହିବି ।