ଟେଣ୍ଡର ଦାବିରେ ଅଟଳ କାଉନସିଲର
ବ୍ୟାସନଗର : କାଉନସିଲ ବୈଠକରେ ପାରିତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଇ ନଦେବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ବେଳେ ଅନ୍ୟପଟେ କାଉନସିଲର ଟେଣ୍ଡର ଦାବିରେ ଅଟଳ ରହିଛନ୍ତି । ଯାହାକୁ ନେଇ ବ୍ୟାସନଗର ପୈାର ବିକାଶକୁ ନେଇ ଏକ ପ୍ରକାର ଅଚଳାବସ୍ତା ଲାଗିରହିଛି । ଅଚଳାବସ୍ତା ପଛରେ ୬ଜଣ କାଉନସିଲର ଜିଲାପାଳଙ୍କ ପାଖରେ ଲିଖିତ ଅଭିଯୋଗକୁ କାରଣ ଭାବେ ଦର୍ଶାଯାଉଥିବା ବେଳେ ସର୍ବାଧିକ କାଉନସିଲର ପୈାର ବୈଠକରେ ପାରିତ ପ୍ରସ୍ତାବ ମତେ କାହିଁକି ୪କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଚେଷ୍ଟା କରାଯାଉଛି ବୋଲି ନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି । ବିକାଶ କାର୍ଯ୍ୟରେ କିଏ ରୋକ ଲଗାଇଛି ଜାଣିବାକୁ ଚାହିଁବା ସହ ପୈାର ପରିଷଦ ଏକ ସ୍ୱତନ୍ତ୍ର ବଡ଼ି ହୋଇଥିଲେ ବି ଗ୍ରିଭାନ୍ସ ନାଁରେ କ୍ଷମତାକୁ ଅପବ୍ୟବହାର କରାଯାଉଥିବାର ସାଂଘାତିକ ଅଭିଯୋଗ ବ୍ୟାସନଗର ପୈାର ଅଧ୍ୟକ୍ଷ ସୁବାସ ବଳଙ୍କ ଠାରୁ ଆରମ୍ଭ କରି ସଂଖ୍ୟାଧିକ କାଉନସିଲର ଅଭିଯୋଗ ଆଣିଛନ୍ତି । ଆଜି ଅଧ୍ୟକ୍ଷ ସୁବାସଙ୍କ ସହ କାଉନସିଲର ସକାଳୁ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବସିରହିଥିଲେ ।
ହେଲେ ନିର୍ବାହୀ ଅଧିକାରୀ ଅନ୍ୟ ସରକାରୀ କାର୍ଯ୍ୟରେ ଥିବାରୁ ଅପରାହ୍ନ ସମୟରେ ପହଁଚିଥିଲେ । ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟରେ ପହଁଚିବା କ୍ଷଣି ଅଧ୍ୟକ୍ଷ ଏବଂ କାଉନସିଲର ତାଙ୍କୁ ୪କୋଟି ଟଙ୍କାର କାର୍ଯ୍ୟକୁ କାହିଁକି ଟେଣ୍ଡରକୁ ପଠାଉ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢୀ କୈାଣସି ସନ୍ତୋଷ ଜନକ ଉତ୍ତର ରଖିପାରିନଥିଲେ । କେବଳ କହିଥିଲେ କି କାର୍ଯ୍ୟ ଚୟନ ଏବଂ ଅର୍ଥ ବରାଦକୁ ନେଇ ୬ଜଣ କାଉନସିର ଜିଲାପାଳଙ୍କୁ ଅଭିଯୋଗ କରିଥିବାରୁ ତାଙ୍କୁ ଟେଣ୍ଡର ନକରିବାକୁ ନିଦେ୍ର୍ଦଶ ରହିଛି । ହେଲେ କିଏ ନିଦେ୍ର୍ଦଶ ଦେଇଛି, ତାହା କହିନଥିଲେ । କୈାଣସି ମତେ କାଉନସିଲରଙ୍କ ଦାବିକୁ ଏଡ଼ାଇଯିବାକୁ ନିର୍ବାହୀ ଅଧିକାରୀ ଉଦ୍ୟମ କରିଥିଲେ । ଯାହାକୁ ସହଜରେ ଗ୍ରହଣ କରିନଥିଲେ କାଉନସିଲର । ଅଧିକାରୀଙ୍କ ସହ ଯୁକ୍ତି ତର୍କ କରି ପୈାର ଆଇନ କ’ଣ କହୁଛି, ବୋଲି ଜାଣିବାକୁ ଚାହିଁଥିଲେ । ନିର୍ବାହୀ ଅଧିକାରୀ ଏକ ପ୍ରକାର ହଡ଼ବଡ଼େଇ ଯାଇ ଆଇନ ସଂପର୍କରେ ଅବଗତ ହେବାକୁ ଚେଷ୍ଟା କରିଥିଲେ । ଏକଥା ଜାଣିବା ପରେ ଏଡ଼ିଏମ କଳିଙ୍ଗନଗର ସପନ କୁମାର ନନ୍ଦ ପୈାର ଆଇନମତେ ପଦକ୍ଷେପ ନେବାକୁ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ପରାମର୍ଶ ଦେଇଥିଲେ ।
ତେବେ ରାତି ହୋଇଯିବାରୁ କାଉନସିଲର କାର୍ଯ୍ୟାଳୟରୁ ଫେରି ଆସିଥିବା ବେଳେ ନିର୍ବାହୀ ଅଧିକାରୀ ଯଦି ସୋମବାର ଭିତରେ ପାରିତ ୪କୋଟି ଟଙ୍କାର କାର୍ଯ୍ୟକୁ ଟେଣ୍ଡର ପ୍ରକ୍ରୀୟାକୁ ଅଗ୍ରସର ନକରନ୍ତି, ତେବେ ସେମାନେ ପୈାରବାସୀଙ୍କ ପାଇଁ ପୈାର କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, କୈାଣସି କାଉନସିଲରଙ୍କ ଅଭିଯୋଗ ଉପରେ କ’ଣ ପୁରା ପୈାର ବିକାଶକୁ ରୋକାଯାଇପାରିବ କି? ପୈାର ପାଳିକା ଏକସ୍ୱତନ୍ତ୍ର ବଡ଼ି ଭାବେ ମାନ୍ୟତା ପାଇଛି । କାଉନସିଲ ବୈଠକରେ ପାରିତ କୈାଣସି ପ୍ରସ୍ତାବ କାର୍ଯ୍ୟକାରୀ କରିବା ହେଉଛି ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ । ହେଲେ ଏଠି କିନ୍ତୁ ଓଲଟା ଘଟୁଛି । ଆଉ ଏହା ପଛରେ ରାଜନୀତିର ଗନ୍ଧ ଥିବା ବାରି ହେଇ ପଡ଼ୁଛି । ଯାହାର ପ୍ରଭାବ ବିକାଶ ମୂଳକ କାର୍ଯ୍ୟ ଉପରେ ପଡ଼ୁଛି । ଦେଖିବାର ଅଛି ରାଜନୀତି ଗନ୍ଧ କେତେ ବାଟ ଏବଂ କେତେଦିନ ରହୁଛି ।