ଘାସିରାମ ମାଝୀଙ୍କ ପାଇଁ ଭୋଟ ମାଗିବେ ରେବନ୍ତ ରେଡ୍ଡୀ

ଘାସିରାମ ମାଝୀଙ୍କ ପାଇଁ ଭୋଟ ମାଗିବେ ରେବନ୍ତ ରେଡ୍ଡୀ

 ନୂଆପଡ଼ା : ଦିନକୁ ଦିନ ଜୋର ଧରିବାରେ ଲାଗିଛି ନୂଆପଡ଼ା ଉପନିର୍ବାଚନ ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ମାନଙ୍କ ସହ ନିଜ ପ୍ରାର୍ଥୀଙ୍କ ପ୍ରଚାରକୁ ନୂଆପଡ଼ାରେ ରହି ଜୋରଦାର କରିସାରିଲେଣି । ଆସନ୍ତା ୩ ତାରିଖର ନବୀନ ନୂଆପଡ଼ା ଯାଇ ସେଠାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍‌ ମାଗିବେ । ଏହି ମଧ୍ୟରେ ନୂଆପଡ଼ା ଉପନିର୍ବାଚନରେ ପ୍ରଚାର କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଭୋଟ୍‌ ମାଗିବେ ବୋଲି ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତେବେ ଆସନ୍ତା ୭ ତାରିଖରେ ରେବନ୍ତ ରେଡ୍ଡୀ ସାଲେଭଟାରେ ବିଶାଳ ସମାବେଶ କରି ନୂଆପଡ଼ା ଭୋଟରଙ୍କୁ ଭୋଟ୍‌ ମାଗିବେ ।

    ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ପାଇଁ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନରେ ଓହ୍ଲାଇଛି ।