ଛଅ ମାସ ଗଲାନି ପୂର୍ତ୍ତ ବିଭାଗ ରାସ୍ତା 


ଖୋର୍ଦ୍ଧା ସ୍ୱତନ୍ତ୍ର ପ୍ରତିନିଧି: ଗମନାଗମନର ସୁବିଧା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି  । ବିଶେଷ କରି ରାଜ୍ୟ ସରକାରଙ୍କ ନିର୍ମାଣ ତଥା ପୂର୍ତ୍ତ ବିଭାଗ ବିଭିନ୍ନ ରାସ୍ତାର ପ୍ରଶସ୍ତିକରଣ ନାମରେ କୋଟି କୋଟି ବ୍ୟୟ ବରାଦରେ ନିର୍ମାଣ କରୁଛନ୍ତି । ଯେପରି ଜନସାଧାରଣଙ୍କ ଗମନାଗମନରେ ସୁବିଧା ହେବ ସେନେଇ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଛନ୍ତି  । କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା କାରଣରୁ ରାସ୍ତା ନିର୍ମାଣର ଦିନ କେଇଟା ପରେ ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି । ଯାହାକୁ ନେଇ ପ୍ରଥଚାରୀ ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ଚିନ୍ତାରେ ପକାଇବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନିହେଉଥିବା ଦେଖିବାକୁ ମିଳୁଛି  । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୂର୍ତ୍ତ ବିଭାଗ ଅଧିନସ୍ଥ ଟିକାତାଳ ଠାରୁ କୋଦବେରେଣୀ ପ୍ରାୟ ୧୦ କିଲୋମିଟର ରାସ୍ତାକୁ ପ୍ରାୟ ଛଅ ମାସ ତଳେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିଛି  । କିନ୍ତୁ ରାସ୍ତା କାମ ନିମ୍ନମାନର ହୋଇଥିବା କାରଣରୁ ରାସ୍ତା ନିର୍ମାଣ ଛଅ ମାସ ବିତିଛି କି ନାହିଁ ରାସ୍ତା ଏବେ ମରଣ ଯନ୍ତା ହୋଇଛି  । କେଉଁଠି ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ଗାତ ହୋଇଛି ତ କେଉଁଠି ସିମେଣ୍ଟ କଂକ୍ରିଟ ଫାଟି ଗଲାଣି ଯାହା ଦ୍ୱାରା ପଥଚାରୀ ମାନେ ଖାଲ ଯୋଗୁଁ ଦୁର୍ଘଟଣାର ସିକାର ହେଉଛନ୍ତି  । ବିଶେଷ କରି ଖୋର୍ଦ୍ଧା ବଲ୍ଲାଗୀଂର ୫୭ ନମ୍ବର ଜାତୀୟ ରାଜପଥର ଟିକାତାଳ ଠାରୁ ବାଘମାରୀ କଣ୍ଟିଲୋ ୪୮ ନଂ ରାଜ୍ୟ ପଥକୁ ସଂଯୋଗ କରୁଥିବା ଏହି ୧୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ କରିଛି । କିନ୍ତୁ ରାସ୍ତା ନିର୍ମାଣ ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁଁ ରାସ୍ତା ନିର୍ମାଣର ମାତ୍ର ୬ ମାସ ଭିତରେ ରାସ୍ତାର ଉଭୟ କଡ ଦବିବା ସହ ମଝିରେ ଆଣ୍ଠୁଏ ଆଣ୍ଠୁଏ ଗାତ ହୋଇଛି  । ସେହିଭଳି ସୋମବାର ପ୍ରାୟ ୧୨ ସମୟରେ ଖାଲରେ ପାଣି ଜମିବା କାରଣରୁ ଦୁଇଜଣ ବାଇକ ଆରୋହୀ ପଡି ଗୁରୁତର ଆହାତ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି  । ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ରାସ୍ତା କାର୍ଯ୍ୟରେ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରିବା ଯୋଗୁଁ ରାସ୍ତା ନିର୍ମାଣର କିଛିଦିନ ଭିତରେ ରାସ୍ତା ଖରାପ ହୋଇଥିବା ଜନସାଧାରଣ କହିଛନ୍ତି  । ଦୁଇଦିନ ବର୍ଷାରେ ରାସ୍ତା କେଉଁଠି ଦବିଗଲାଣି ତ ଆଉ କେଉଁଠି ରାସ୍ତା କଡରେ ମାଟି ଭୁସୁଡି ଗଲାଣି  । ଯାହା ଦ୍ୱାରା ପଥଚାରୀ ମାନେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି  । ଏନେଇ ସ୍ଥାନୀୟ ଯନ୍ତ୍ରୀ ଫକୀର ବେହେରା କହିଛନ୍ତି ଏହି ରାସ୍ତା ନିର୍ମାଣ ପାଇଁ ୪ କୋଟି ଟଙ୍କା ବିନିଯୋଗ ହୋଇଥିଲା ଯାହାର ରକ୍ଷଣାବେକ୍ଷଣା ଦାଯିତ୍ୱ ରହିଛି  । ତୁରନ୍ତ ଆମେ ଠିକାଦାରଙ୍କୁ କହି ରାସ୍ତା ମରାମତି କରିବୁ  । ସେପଟେ ଠିକାଦାରଙ୍କ ମନମାନି ଯୋଗୁଁ ରାସ୍ତା ଦୁର୍ଘଟଣା ଘଟି ବହୁ ଜନଜୀବନ ହାନି ହେଉଛି  । ଖୋର୍ଦ୍ଧା ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ବିଭାଗୀୟ ମନ୍ତ୍ରୀ ଏହି ନିମ୍ନମାନର କାର୍ଯ୍ୟକୁ ତଦନ୍ତ ତରି କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣ ନିବେଦନ କରିଛନ୍ତି  ।