ବିଦୁ୍ୟତାଘାତରେ ଛାତ୍ରଙ୍କ ମୃତୁ୍ୟ
ବୁଗୁଡ଼ା : ବୁଗୁଡ଼ା ଥାନା ବେତାରସିଂରେ ବିଦୁ୍ୟତ ଆଘାତରେ ଜଣେ କଲେଜ ଛାତ୍ରଙ୍କ ମୃତୁ୍ୟ ଘଟିଛି । ମୃତ ଛାତ୍ର ଜଣକ ବେତାରସିଂ ନୁଆଁ ସାହିର ବାବୁଲି ଜେନାଙ୍କ ବଡ଼ ପୁଅ ଆଶୀର୍ବାଦ ଜେନା (୧୯) । ଆଶୀର୍ବାଦ ଆଜି ସନ୍ଧ୍ୟା ସମୟରେ ନିଜ ନିର୍ମାଣାଧୀନ ଘରେ ଲାଗିଥିବା ପାଣି ମଟର ଖୋଲୁ ଥିବା ସମୟରେ ଅସାବଧାନତାବଶତଃ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଯାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହ ପରିବାରକୁ ହସ୍ତାନ୍ତର କରିଛି ।