ଜଗନ୍ନାଥ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ : ମନ୍ଥର କେବେ ସରିବ ଡ୍ରେନ ନିର୍ମାଣ
ଜୟପୁର : ଜୟପୁର ସହରର ଜୀବନରେଖା ବୋଲାଉଥିବା ଜଗନ୍ନାଥ ସାଗର କ୍ଷୁଦ୍ର ଜଳସେଚନ ବିଭାଗ ପ୍ରକଳ୍ପର କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ସହରର ନର୍ନ୍ଧମା ପାଣି ସାଗର ମଧ୍ୟକୁ ପ୍ରବେଶ କରୁଛି ଯାହାଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ୪ କୋଟି ୯୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ଚୁକ୍ତିନାମା ସଂଖ୍ୟା ପି୧/୨୩-୨୪ ଅନୁଯାୟୀ ୨୦୨୩ରେ କାର୍ଯ୍ୟ ଆରମ୍ବ ହୋଇଥିବା ବେଳେ ୨୦୨୪ରେ କାର୍ଯ୍ୟ ଶେଷ ହେବାନେଇ ସମୟ ଧାର୍ଯ୍ୟ ହୋଇଥିଲା ।
ଧାର୍ଯ୍ୟ ସମୟ ସରି ଦିନ ପରେ ଦିନ ଗଡିଥିଲେ ସୁଦ୍ଧା ଠିକାଦାର କାମ ସାରିନ ଥିବାରୁ ଚଳିତ ଅଦିନିଆ ବର୍ଷାରେ ଡ୍ରେନ ପାଣି ମୁଖ୍ୟ ନାଳକୁ ନିଷ୍କାସନ ନହୋଇ ଜମୁଥିବା ଏବଂ ସାଗର ମୋଧ୍ୟକୁ ଆବୋର୍ଜନା ପାଣି ପ୍ରବେଶ କରୁଥିବା ଯୋଗୁଁ ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି । ୧୧୨୭ ମିଟର ଦୌର୍ଦ୍ଦର ଡ୍ରେନ ନିର୍ମାଣ କାର୍ଯ୍ୟ ବିଲମ୍ୱ ହେଉଥିବା ବେଳେ ଏଥିରେ ପ୍ରାୟ ୧୨୦ ମିଟର ବେସରକାରୀ ଜମି ରହିଛି ଏହି ବେସରକାରୀ ଜମି ସାଗର ମଧ୍ୟକୁ ଆସିଲା କିମିତି ବୋଲି ମୋ ଜଗନ୍ନାଥ ସାଗର ଟ୍ରଷ୍ଟ ସଦସ୍ୟ ପ୍ରଶାସନକୁ ସନେ୍ଦହ ଘେରକୁ ନେଇ ତଦନ୍ତ କରିବାକୁ ଦାବୀ କରିଛନ୍ତି । ୧୨୦ ମିଟର ବେସରକାରୀ ଜମି ସମସ୍ୟାକୁ ନେଇ ଜଳ ସମ୍ପଦ ବିଭାଗ କ୍ଷୁଦ୍ର ଜଳ ସେଚନ ବିଭାଜନ ଜୟପୁର, ପକ୍ଷରୁ ଜୟପୁର ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କାର୍ଯ୍ୟନୁଷ୍ଠାନରେ ବିଳମ୍ବ ହେଉଛି ତେଣୁ ଏନେଇ କାର୍ଯ୍ୟ ଆଗେଇ ପାରୁନି ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ନାଳ ନିର୍ମାଣ ଅବଧି ସରିବା ପରେ ମଧ୍ୟ ନାଳ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଏହି ନାଳଟି ନିର୍ମିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ସ୍ୱଚ୍ଛ ପରିବେଶ ସୃଷ୍ଟି ହେବା ସହ ଦୁର୍ଗନ୍ଧମୟ ପରିବେଶରୁ ଲୋକେ ତ୍ରାହି ପାଇବେ । ଅନ୍ୟପଟେ ନାଳ ନିର୍ମାଣ କାମରେ କେତେକ ସ୍ଥାନରେ କଂକ୍ରିଟ କାମରେ ନିମ୍ନମାନର ଲୁହା ଛଡ ଓ ସିମେଣ୍ଟ ବ୍ୟବହୃତ ହେଉଥିବା ବେଳେ ସଠିକ କୁ୍ୟରୀଙ୍ଗ ହେଉ ନଥିବାକୁ ନେଇ ସାଧାରଣରେ ଅଭିଯୋଗ ହେଉଛି । ୪ କୋଟି ୯୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା କାର୍ଯ୍ୟର ଡିଜାଇନରେ ନାଳର ଉଚ୍ଚତା କମ ରୋହିଥିବା ହେତୁ ସାଗରର ହିଡରୁ ମାଟି ଅତଡା ଖସି ନିର୍ମାଣ ହେଇଥିବା ନାଳରେ ମାଟି ପୋତି ହୋଉଛି । ଏହି ନାଳ କାମରେ ସ୍ୱଚ୍ଛତା ରଖି ଅତିଶିଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।