ବର୍ଷାରେ ଅସମ୍ଭାଳ ଦିଲ୍ଲୀ : ବିମାନ ଉଡ଼ାଣ ବାତିଲ

ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଆଜି ସକାଳୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଗରମରୁ ଲୋକ ଆଶ୍ବସ୍ତ ହୋଇଇଛନ୍ତି । ବର୍ଷା ଫଳରେ ଦିଲ୍ଲୀର ରାସ୍ତାରେ ଜମି ରହିଛି ପାଣି । ବିଜୟ ଚୌକ୍, କନ୍ନଟ ପ୍ଲେସ, ମିଣ୍ଟୋ ବ୍ରିଜ୍, ସରୋଜିନୀ ନଗର, ଏମ୍ସ ଏବଂ ପଞ୍ଚକୁଇଁଆ ମାର୍ଗ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ବାତିଲ ହୋଇଛି କେତେକ ବିମାନ ସେବା । ପ୍ରାୟ ୬୨ଟି ବିମାନର ଉଡ଼ାଣ ବିଳମ୍ବ ହୋଇଛି । ପ୍ରବଳ ବର୍ଷା ଫଳରେ ଦିଲ୍ଲୀରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଦିଲ୍ଲୀରେ ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ଟ୍ରାଫିକ୍ ସମସ୍ୟା ଦେଖାଯାଇଛି । ଦିଲ୍ଲୀ ସହିତ ଉତ୍ତରପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶରେ ଭାରୀ ବର୍ଷା ପାଇଁ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ପଞ୍ଜାବର ପଟିଆଲା, ମୋହାଲି, ହରିଆଣାର କୁରୁକ୍ଷେତ୍ର, ଅମ୍ବାଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର କେତେକ ଜିଲ୍ଲାରେ ଅତିଭାରୀ ବର୍ଷାର ଆଶଙ୍କା ରହିଛି । ଲୋକମାନେ ସତର୍କ ରହିବାକୁ ସ୍ଥାନୀୟ ପ୍ରଶାସନ ପରାମର୍ଶ ଦେଇଛି ।