୨ଟି ପାଣି କମ୍ପାନୀ ସିଲ୍
କଟକ : ରାଜ୍ୟରେ ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି ଡାଇରିଆ । ଏହାକୁ ଦୃଷ୍ଟିରେ ରଖି ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚଢ଼ାଉ କରାଯାଉଛି । କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ପାଣି କମ୍ପାନୀକୁ ସିଲ କରାଯାଇଛି । ସ୍ଥାନୀୟ ଶଙ୍କରପୁର ଦାସ ସାହି ଓ ଉପର ସାହିରେ ଥିବା ୨ ପାଣି କମ୍ପାନୀ ଉପରେ ଚଢ଼ାଉ କରି ସିଏମସି ସ୍ୱାସ୍ଥ୍ୟ ବିଭାଗ ଏହାକୁ ସିଲ୍ କରିଛନ୍ତି । ପାଣିକୁ ବିଶୁଦ୍ଧ ନ କରି ୨୦ଲିଟିରିଆ ଜାର୍ରେ ବିକି୍ର କରୁଥିବା ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସିଲ କରାଯାଇଛି । ଚଢ଼ାଉ ସମୟରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଓ ତାଙ୍କର ଟିମର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।