ଜନସାଧାରଣଙ୍କର ସେବା କରିବା ଅଧିକାରୀଙ୍କ ପରମ କର୍ତ୍ତବ୍ୟ ହେଉ: ରାଜ୍ୟପାଳ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଲୋକସେବକ ଭାବେ ଜନସାଧାରଣଙ୍କର ସେବା କରିବା ହେଉଛି ଅଧିକାରୀମାନଙ୍କ ପରମ କର୍ତ୍ତବ୍ୟ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଶୁକ୍ରବାର ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେସନ୍ର ୩୯ଜଣ ଓଡିଶା ପ୍ରଶାସନିକ ସେବାର ଶିକ୍ଷାନବୀଶ ରାଜଭବନଠାରେ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତବେଳେ ରାଜ୍ୟପାଳ ଏହା କହିଛନ୍ତି । ରାଜ୍ୟପାଳ ଉଦ୍ବୋଧନରେ କହିଥିଲେ ଯେ, ରାଜ୍ୟର ବିକାଶ ଓ ଶାସନ କ୍ଷେତ୍ରରେ ଓଏଏସ୍ ଅଧିକାରୀଙ୍କ ଯୋଗଦାନର ସମୃଦ୍ଧ ଇତିହାସ ରହିଛି । ଜନସାଧାରଣଙ୍କର ଆଶା ଆକାଂକ୍ଷା ପୂରଣ କରିବାରେ ଅଧିକାରୀଙ୍କ ନିଷ୍ଠା ରହିବା ଦରକାର । ବିକାଶ ପାଇଁ ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସେତୁ ଭାବେ ଭାବନାତ୍ମକଭାବେ ଯୋଡ଼ି ହୋଇ ରହିବା ଏକାନ୍ତ ଆବଶ୍ୟକ । ରାଜ୍ୟ ହିତରେ ତଥା ଦେଶର ଏକତା ଓ ଅଖଣ୍ଡତାକୁ ମଜବୁତ୍ କରିବା ସହ ସମ୍ବିଧାନର ଭାବନାକୁ ଉଜ୍ଜିବିତ କରିବା ପାଇଁ ସକରାତ୍ମକ ମନୋଭାବ ନେଇ କାମ କରିବା ଆବଶ୍ୟକ । ସରକାରଙ୍କ ଲୋକ କଲ୍ୟାଣ କାର୍ଯ୍ୟକ୍ରମକୁ କିପରି ତୃଣମୂଳସ୍ତରରେ ଜନସାଧାରଣଙ୍କ ନିକଟରେ ପହଂଚା ଯାଇପାରିବ ସେ ଦିଗରେ ଯନôବାନ ହୋଇ କାମ କରିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ବିକଶିତ ଓଡ଼ିଶା ଗଠନ ପରପ୍ରେକ୍ଷୀରେ ପ୍ରଶାସନିକ ଅଧିକାରୀମାନଙ୍କର ଭୂମିକା ମହତ୍ୱପୂର୍ଣ୍ଣ ହୋଇଛି ବୋଲି ରାଜ୍ୟପାଳ କହିଥିଲେ । ଏହି ଅବସରରେ ରାଜ୍ୟପାଳ ଶିକ୍ଷାନବୀଶମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ଏହି କାର୍ଯ୍ୟକ୍ରମରେ ଦିଗ୍ଦର୍ଶନ ଦେଇଥିଲେ । ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେସନ୍ର ଆଡ୍ସିନାଲ୍ କମିଶନର ଶିବ ନରାୟଣ ସାହୁ ଓ ଡେପୁଟି ଡିରେକ୍ଟର ଲାଲା ମନୋଜ କୁମାର ରାୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।