ପୂଜା ପାଇଲେ ମା'ଲକ୍ଷ୍ମୀ
ବ୍ରହ୍ମବରଦା: ଧରାପୃଷ୍ଠରେ ଅବତରଣ କରିଛନ୍ତି ଶାନ୍ତି, ସୌନ୍ଦର୍ଯ୍ୟ ଓ ଧନଦାତ୍ରୀର ଦେବୀ ମା' ଲକ୍ଷ୍ମୀ । ସେଥିଲାଗି ଗାଁଠୁ ସହର ସବୁଠି ଉତ୍ସବ ମୁଖର । ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତର ବିଭିନ୍ନ ପୂଜାମଣ୍ଡପରେ ମା'ଲକ୍ଷ୍ମୀଙ୍କ ପୂଜା ପାଉଛନ୍ତି । ଏହି କ୍ରମରେ ବ୍ରହ୍ମବରଦା ଢିଅସାହି ଗ୍ରାମରେ ମଧ୍ୟ ମା'ଲକ୍ଷ୍ମୀଙ୍କ ପୂଜା ବହୁ ଧୁମଧାମରେ ପାଳିତ ହୋଇଯାଇଛି । ପଣ୍ଡିତଙ୍କ ପୌରହିତରେ ମୁଖ୍ୟ କର୍ତ୍ତା ଆଲୋକ କୁମାର ବେହେରା ଓ ତାଙ୍କ ସହଧର୍ମିଣୀ ସରୋଜିନୀ ବେହେରା ବ୍ରାହ୍ମଣୀ ନଦୀରୁ ପାଣି ଉଠାଇ ପୂଜା ମଣ୍ଡପ ନିକଟରେ କଳସ ସ୍ଥାପନ କରିଥିଲେ । ପରେ ସମସ୍ତ ନୀତିକାନ୍ତି ଅନୁଯାୟୀ ପ୍ରତ୍ୟକ ଦିନ ପୂଜାର୍ଚ୍ଚନା ସହ ଭଜନ କୀର୍ତ୍ତନର ଆୟୋଜନ କରାଯାଇଥିଲା । ଶେଷଦିନ ବଡ ହୋମ ସହିତ କଳସ ବିସର୍ଜନ କାର୍ଯ୍ୟ ସମାପନ ହୋଇଥିଲା । କାର୍ଯ୍ୟକ୍ରମରେ ଗ୍ରାମର ମୁରବି ବିପିନ ବିହାରୀ ଦେଓ, ସୁଧୀର ଜେନା, ଅଜୟ ସାହୁ, କେଦାରନାଥ ରାଉତ, ପ୍ରଦୀପ ଦାସ, ରାକେଶ ଦେଓ, ଅଜୟ ବେହେରା, ସଞ୍ଜୟ ବେହେରା, କେଶବ ବେହେରା,ସତ୍ୟାନନ୍ଦ ରାଉତ ଓ ମହେଶ ବେହେରାଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।
ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକ ମାଁସଡା ପଞ୍ଚାୟତ ରସିକ ଛକରେ ମା'ଗଜଲକ୍ଷ୍ମୀ ପୂଜା ପାଳିତ ହେଇଛି । ମାଙ୍କର ବିଲ୍ୱ ବରଣ, କଳସ ଯାତ୍ରା, ପ୍ରାଣ ପ୍ରତିଷ୍ଠା ପରେ ଗୁରୁବାର ପ୍ରତୁ୍ୟଷରୁ ସୂର୍ଯ୍ୟପୂଜା, ଆବାହିତ ମଣ୍ଡଳ ଦେବତା ପୂଜା ପରେ ମାଙ୍କର ଶେଡଷ ଉପଚାର ପୂଜା, ହୋମ ଯଜ୍ଞ ଆଦି ଆରମ୍ଭ ହୋଇଥିଲା । ମା'ଙ୍କର ପୂଜାକୁ କମିଟିର ସଦସ୍ୟ ରୁଦ୍ରନାରାୟଣ ମିଶ୍ର ସଙ୍କଳ୍ପ କରିଥିଲା ବେଳେ ପିଠର ମୂଖ୍ୟ ପୂଜକ ପଣ୍ଡିତ କମଳାକାନ୍ତ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବେଦଜ୍ଞ ବ୍ରାହ୍ମଣ ଦିଲ୍ଲୀପ ମିଶ୍ରଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯାଉଛି । କାର୍ଯ୍ୟକ୍ରମ ୫ ଦିନ ବ୍ୟାପୀ ହେବାକୁ ଥିଲାବେଳେ ପ୍ରତ୍ୟେକ ଦିନ ରାତିରେ ସାଂସ୍କୃତିକ କାର୍ଯ୍ୟ ହେବ ବୋଲି ପୂଜା କମିଟି ପକ୍ଷରୁ ଆବାହକ ରଞ୍ଜନ କୁମାର ଜେନା ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ଆନନ୍ଦ ଦାସ ପରିଚାଳନା କରୁଥିବା ବେଳେ ଅନ୍ୟ ସଦସ୍ୟ ସୌରଭ ଦାସ, ମଦନମୋହନ ଦାସ, ଅକ୍ଷୟ ଦାସ, ସୁବ୍ରତ ନାୟକ, ବ୍ରଜକିଶୋର ସ୍ୱାଇଁ, ସଚ୍ଚିଦାନନ୍ଦ ସାହାଣୀ, ପ୍ରଫୁଲ ଓଝା ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି । ସେହିପରି ବିଞ୍ଝାରପୁର ଅଞ୍ଚଳର ବାରିକ ସାହି, ବାଲିସାହି, ଲକ୍ଷ୍ମୀଦାଣ୍ଡ ଆଦି ସ୍ଥାନ ସ୍ଥାନମାନଙ୍କରେ ଆଡମ୍ବରରେ ମା' ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି ।