ଜେଲେନସ୍କିଙ୍କ ଉପରେ ରାଗ ୟୁରୋପ ଉପରେ ସୁଝାଇଲେ
ଟ୍ରମ୍ପଙ୍କ ରାଗ ସୀମାପାର୍ । ସହିପାରିଲେନି କି ଆଉ ରହିପାରିଲେନି । ରୋକଠୋକ ଶୁଣାଇଦେଲେ ୟୁରୋପକୁ । ୟୁକ୍ରେନକୁ ସହାୟତା କରୁଛି ବୋଲି ୟୁରୋପ, ସହିପାରିଲେନି ଟ୍ରମ୍ପ। ୟୁରୋପକୁ ଟାର୍ଗେଟ କରି ଟ୍ରମ୍ପ କହିଲେ ୟୁକ୍ରେନକୁ ଯୁଦ୍ଧ କରିବାକୁ ପ୍ରୋତ୍ସାହନ ବାବଦ ବିପୁଳ ଟଙ୍କା ଦେବ ଏବଂ ସେପଟେ ରୁଷ ଠାରୁ ତେଲ ଆଉ ଗ୍ୟାସ କିଣିବ । ୟୁରୋପକୁ ଏପରି ତାଚ୍ଛଲ୍ୟ କରି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ କହିଛନ୍ତି ୟୁରୋପ ୟୁକ୍ରେନକୁ ସାହାଯ୍ୟ କରିବା ରେ ଯେତିକି ଟଙ୍କା ଖର୍ଚ୍ଚ କରୁଛି ତାଠାରୁ ଅଧିକ ଟଙ୍କା ଖର୍ଚ୍ଚ କରି ରୁଷଠୁ ପେଟ୍ରୋଲ କିଣୁଛି । ତେବେ ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଏବଂ ଟ୍ରମ୍ପଙ୍କ ମଧ୍ୟରେ ଓବଲ ଅଫିସରେ ଖୁବ୍ ଜୋରରେ ଯୁକ୍ତିତର୍କ ଲାଗିଥିଲା ।
ଏହି ଯୁକ୍ତିତର୍କ ପରେ ଜେଲେନସ୍କି ଆମେରିକା ଗସ୍ତ ମଝିରୁ ଛାଡି ବ୍ରିଟେନ ଗସ୍ତ କରିଥିଲେ । ଏହି ଯୁକ୍ତିତର୍କ ପରେ ୟୋରୋପ ନେତାମାନେ ଜେଲେନସ୍କିଙ୍କ ସମର୍ଥନରେ ବୟାନ ଦେଇଥିଲେ । କିନ୍ତୁ ଚୁପ୍ ବି ରହିଲେନି ଟ୍ରମ୍ପ । ୟୋରୋପୀୟ ନେତାଙ୍କ ବୟାନ ପରେ ଚିହିଙ୍କି ଉଠିଥିଲେ ଟ୍ରମ୍ପ । ଆଉ ସୋସିଆଲ ମିଡିଆରେ ୟୁରୋପକୁ ତାଚ୍ଛଲ୍ୟ କରି ପୋଷ୍ଟ ସେୟାର କରିଥିଲେ। ପୋଷ୍ଟରେ ଲେଖିଥିଲେ ଏବେ ୟୁକ୍ରେନକୁ ରକ୍ଷା କରିବାରେ ବିପୁଳ ଟଙ୍କା ଖର୍ଚ୍ଚ କରୁଛି ଆଉ ତାଠାରୁ ତ ଅଧିକ ଟଙ୍କା ଖର୍ଚ୍ଚ କରି ରୁଷ ଠାରୁ ତେଲ ଆଉ ଗ୍ୟାସ କିଣୁଛି ।
ଟ୍ରମ୍ପଙ୍କ ପୋଷ୍ଟ ଆଉ CREA ରିପୋର୍ଟ କୁ ଯଦି ଦେଖିବା ୟିରୋପୀୟ ସଙ୍ଘର ଦେଶମାନେ ଗତ ବର୍ଷ ରୁଷ ରୁ ୨୩ ଆରବ ଡଲାରର ଜୀବାସ୍ମ ଇନ୍ଧନ କିଣିଥିଲା । ଯାହା ୨୦୨୩ ତୁଳନାରେ କେବଳ ଏକ ପ୍ରତିଶତ ଖସିଛି । ଏହି ସମୟରେ ୟୁରୋପ ୧୯.୬ ଅରବ ଡଲାର ସାହାଯ୍ୟ ୟୁକ୍ରେନକୁ ପଠାଇଥିଲା । ସେହିପରି ୨୦୨୨ ରେ ୟୁକ୍ରେନ ଉପରେ ଆକ୍ରମଣ ପରେ ପେଟ୍ରୋଲିୟମ ଏବଂ ଅନ୍ୟ ଜୀବାସ୍ମ ଇନ୍ଧନ ରେ ପାଖାପାଖି ୮୮୮.୫ ଅରବ ଡଲାର ରୋଜଗାର କରିଥିଲା ରୁଷ୍ ।
ରିପୋର୍ଟ ଅନୁସାରେ ରୁଷ୍ ଠାରୁ ତେଲ କିଣୁଥିବା ଗ୍ରାହକ ମାନଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ଚୀନ୍, ଭାରତ ଏବଂ ତୁର୍କି ।
ଏବେ ଦେଖିବା ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାଠୁ ଏଯାଏଁ ୟୁରୋପ ୟୁକ୍ରେନକୁ ସାହାଯ୍ୟ କରିଛି ୧୩୮.୭ ଡଲାର ଏବଂ ଆମେରିକା ସାହାଯ୍ୟ କରିଛି ୧୧୯.୭ ଆରବ ଡଲାର । ଟ୍ରମ୍ପ ଦୀର୍ଘ ସମୟ ଧରି କହି ଆସୁଛନ୍ତି ଯେ ଆଉ ଯୁକ୍ତି ବାଢିଆସୁଛନ୍ତି ଯେ ୟୁରୋପୀୟ ଦେଶମାନେ ନିଜ ମାଟିରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଏଯାଏଁ କୗଣସି ପଦକ୍ଷେପ ଉଠାଇନାହାନ୍ତି। ତେବେ ସବୁଠାରୁ ଚକିତ କଲାପରି ଖବର ଏହା ଯେ ଜେଲେନସ୍କିଙ୍କ ସହ ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଯୁକ୍ତିତର୍କର ଦିନକ ପରେ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କରିଦେଇଛନ୍ତି ଟ୍ରମ୍ପ। ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଏବଂ ମିଲିଟାରି ସାମଗ୍ରୀ ଯୋଗାଣ ନେଇ ବଡ଼ ଡିଲକୁ ବାତିଲ କରିଦେଇଛନ୍ତି ଟ୍ରମ୍ପ ।