ମଙ୍କିପକ୍ସ ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ  ନଡ୍ଡା  


(ଏଜେନ୍ସି) ନୂଆଦିଲ୍ଲୀ,: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ଜଗତ ପ୍ରକାଶ ନଡ୍ଡା ଶନିବାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ମଙ୍କିପକ୍ସ ସ୍ଥିତି ଓ ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିଥିଲେ । ବର୍ତ୍ତମାନ ସୁଦ୍ଧା ଭାରତରେ ମଙ୍କିପକ୍ସର କୌଣସି ମାମଲା ସାମ୍ନାକୁ ଆସିନାହିଁ  । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ବ୍ୟାପକ ସତର୍କତା ଅବଲମ୍ବନ କରିବା ପାଇଁ କେତେକ ପଦକ୍ଷେପ ନେବା ସହ ପରୀକ୍ଷା ଲାବୋରେଟୋରୀ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ବୈଠକରେ ଉଲ୍ଲେଖ କରାଯାଇଥିଲା ଯେ ମଙ୍କିପକ୍ସ ସଂକ୍ରମଣ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ରୋଗୀମାନେ ସାଧାରଣତଃ ସହାୟକ ଚିକିସôା ପରିଚାଳନା ଦ୍ୱାରା ସୁସ୍ଥ ହୁଅନ୍ତି । ସଂକ୍ରମଣ ପାଇଁ ସଂକ୍ରମିତଙ୍କ ସହ ଦୀର୍ଘ ସମୟ ଧରି ଘନିଷ୍ଠ ସଂସ୍ପର୍ଶରେ ଆସିବା ଆବଶ୍ୟକ ହୋଇଥାଏ । ସାଧାରଣତଃ ଯୌନ ମାର୍ଗ, ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିବା କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ଦୂଷିତ ପୋଷାକ ମାଧ୍ୟମରେ ହୁଏ  ।
ପରିସ୍ଥିତିର ସମୀକ୍ଷା ପାଇଁ ସ୍ୱାସ୍ଥ୍ୟ ସେବା ମହାନିଦେ୍ର୍ଦଶକଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଏକ ମିଳିତ ମନିଟରିଂ ଗ୍ରୁପ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ, ନ୍ୟାସନାଲ ସେଣ୍ଟର ଫର ଭେକ୍ଟର ବର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ ପ୍ରୋଗ୍ରାମ, ସ୍ୱାସ୍ଥ୍ୟ ସେବା ମହାନିଦେ୍ର୍ଦଶାଳୟ, କେନ୍ଦ୍ର ସରକାରୀ ହସ୍ପିଟାଲ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ, ଏମସ୍ ଆଦିର ବିଶେଷଜ୍ଞମାନେ ଯୋଗ ଦେଇଥିଲେ ।