ଟେକ୍ନୋଲୋଜି ଅଭିବୃଦ୍ଧିରେ ଆଉ ପାଦେ ବଢ଼ିବ: ରାଜ୍ୟ ଓଡ଼ିଶାରେ ଖୋଲିଲା ଲଜାଇଲ
ଭୁବନେଶ୍ୱର : ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବ୍ରେ ପରିଣତ କରିବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଅତ୍ୟାଧୁନିକ କର୍ମଶକ୍ତି ପରିଚାଳନା, ସାମର୍ଥ୍ୟର ଅପ୍ଟିମାଇଜେସନ୍ ଏବଂ ନବସୃଜନ ତଥା ଉକôର୍ଷ ପ୍ରତି ପ୍ରତିବଦ୍ଧତା ରଖି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲଜାଇଲ୍ ଏହାର ନୂତନ ସହାୟକ କମ୍ପାନୀ ଏବଂ ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର ଓଡ଼ିଶାରେ ଉଦ୍ଘାଟନ କରିଛି ।
ଲଜାଇଲର ସିଇଓ ପୂର୍ଣ୍ଣ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ କମ୍ପାନିର ଯାତ୍ରା ଏବଂ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏକ ଉପସ୍ଥାପନାରେ ସେ ଅତ୍ୟାଧୁନିକ କର୍ମଶକ୍ତି ପରିଚାଳନା, ସାମର୍ଥ୍ୟ ଅପ୍ଟିମାଇଜେସନ୍ ଏବଂ ନବସୃଜନ ଓ ଉକôର୍ଷ ପ୍ରତି ପ୍ରତିବଦ୍ଧତା କ୍ଷେତ୍ରରେ ତାଙ୍କ କମ୍ପାନି ବିଶ୍ୱସ୍ତରରେ କିପରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ତାହା ଉଲ୍ଲେଖ କରିଥିଲେ ।
ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲଜାଇଲ୍ର ସିଇଓ ଶ୍ରୀ ମିଶ୍ର ତଥା ତାଙ୍କ ଟିମର ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ମହାଲିଙ୍ଗ କହିଥିଲେ ସକ୍ରିୟ ପ୍ରଶାସନ, ଅନୁକୂଳ ବ୍ୟବସାୟିକ ପରିବେଶ ସହ ଏକ ପ୍ରତିଶ୍ରୁତିପୂର୍ଣ୍ଣ ନିବେଶ-ଗନ୍ତବ୍ୟସ୍ଥଳ ଭାବରେ ଭୁବନେଶ୍ୱର ଉଭା ହେଉଛି । କମ୍ପାନିର ଉଦ୍ଘାଟନ କେବଳ ଏକ ସୁବିଧାର ଶୁଭାରମ୍ଭ ନୁହେଁ, ବରଂ ଏହା ସୁଯୋଗ ଏବଂ ନବସୃଜନ ମଧ୍ୟରେ ଏକ ଦୀର୍ଘକାଳୀନ ସହଭାଗିତାର ଶୁଭାରମ୍ଭ ।
ବୈଦୁ୍ୟତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଭୁବନେଶ୍ୱରରେ ଲଜାଇଲର ଉପସ୍ଥିତିକୁ ସ୍ୱାଗତ କରିଥିଲେ । ଲଜାଇଲ୍ ଭିତ୍ତିଭୂମି, ପ୍ରତିଭା ବିକାଶ ଏବଂ ଗବେଷଣା ଓ ବିକାଶ ପାଇଁ ପ୍ରୋତ୍ସାହନ ସମେତ ଟେକ୍ ନିବେଶକୁ ଆକର୍ଷିତ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ପ୍ରଗତିଶୀଳ ନୀତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସମାରୋହରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।