ଦଳିତଙ୍କ ପ୍ରତି ସରକାରଙ୍କ ଦୟା ନାହିଁ: ବିଜେଡି
ଭୁବନେଶ୍ୱର : ଧରାକୋଟ ବ୍ଲକ୍ ଖାରିଗୁମ୍ମାରେ ମିଥ୍ୟା ଗୋ-ଚାଲାଣ ଅଭିଯୋଗରେ ୨ ଦଳିତଙ୍କୁ ଅର୍ଦ୍ଧନଗ୍ନ କରି ନାଳ ପାଣି ପିଆଇବା ଓ ରାସ୍ତାରେ ଆଣ୍ଠେଇ ଚଲାଇବା ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେଡି । ଏହି ବର୍ବରକାଣ୍ଡ ଓଡ଼ିଶାକୁ ସାରାଦେଶରେ ବଦନାମ କରିଛି ବୋଲି ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ ଲେନିନ ମହାନ୍ତି କହିଛନ୍ତି ।
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିବାର ଏହା ଏକ ନଗ୍ନ ନମୁନା । ରାଜ୍ୟର ସମ୍ବେଦନହୀନ ନେତୃତ୍ୱ ପ୍ରତ୍ୟେକ ଦିନ ଏଭଳି ଅଘଟଣକୁ ଅଣଦେଖା କରିବା ଦ୍ୱାରା ପ୍ରଶାସନିକ କଳ ସମ୍ପୂର୍ଣ୍ଣ ନିଷ୍କି୍ରୟ ହୋଇପଡ଼ିଛି । ଖାରିଗୁମ୍ମା ଘଟଣାରେ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ସହ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ତୁରନ୍ତ ପଦକ୍ଷେପ ନେବାକୁ ଡ଼ ମହାନ୍ତି ଦାବି କରିଛନ୍ତି । ଏହିଭଳି ଘଟଣା ପାଇଁ ଦିନକୁ ଦିନ ଓଡ଼ିଶାର ସମ୍ମାନ ନିମ୍ନଗାମୀ ହେବାରେ ଲାଗିଛି । ଓଡ଼ିଆ ଅସ୍ମିତା ପ୍ରତ୍ୟେକ ଦିନ ଭୃଲୁଣ୍ଠିତ ହେଉଛି ବୋଲି ଲେନିନ୍ କହିଛନ୍ତି । ସରକାର ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ବିରୋଧୀ ଦଳ ଭାବେ ବିଜେଡି ଆଗାମୀ ଦିନରେ ଆନେ୍ଦାଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।