ଡେଙ୍ଗୁ ଓ ଡାଇରିଆ ନେଇ ସଚେତନତା
ପାରାଦୀପ: ପାରାଦୀପ ପୌରାଞ୍ଚଳର ୧୫ ନମ୍ବର ୱାର୍ଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ନ୍ୟାସନାଲ ମେଡିକାଲ ଅର୍ଗାନାଇଜେସନ ପକ୍ଷରୁ ଡେଙ୍ଗୁ ଏବଂ ଡାଇରିଆ ସମ୍ପର୍କିତ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହେବା ସହିତ୍ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବସ୍ତି ବାସିନ୍ଦା ମାନଙ୍କ ସ୍ୱାସ୍ଥ୍ୟ ଓ ଆଖି ପରୀକ୍ଷା କରାଯାଇ ବସ୍ତି ବାସିନ୍ଦା ମାନଙ୍କୁ ମାଗାନା ଔଷଧ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ୧୫ ନମ୍ବର ୱାର୍ଡ ପାରିଷଦ ସୌଦାମିନୀ ସାହୁ ଉଦଘାଟନ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀଙ୍କ ପାରାଦୀପ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂ, ୮ ନମ୍ବର ୱାର୍ଡର ପାରିଷଦ ସୁବ୍ରତ ପ୍ରଧାନ, ସମାଜସେବୀ ଗୋଲଖ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବସ୍ତି ବାସିନ୍ଦା ମାନଙ୍କୁ ଡେଙ୍ଗୁ ଓ ଡାଇରିଆ ପ୍ରତି ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ ।