ଦୁର୍ଗାପୂଜା ପାଇଁ ନୂତନ କମିଟି ଚୟନ : ସଭାପତି ରତିକାନ୍ତ, ସମ୍ପାଦକ ସଂଜୀବ
ବେତନଟୀ : ବେତନଟୀ କଙ୍କାକାଳିଆ ସର୍ବଜନୀନ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଓ ନୂତନ କମିଟି ଚୟନ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଭାବରେ ରତିକାନ୍ତ ମହାନ୍ତ, ଉପସଭାପତି ଭାବରେ ପୂର୍ଣ୍ଣଚନ୍ଦ୍ର ସାହୁ, ସମ୍ପାଦକ ଭାବରେ ଯୁବ ନେତା ସଂଜୀବ ଜେନା, ସହ ସମ୍ପାଦକ ଭାବରେ ସଂଗ୍ରାମ ମାରାଣ୍ଡି, ଚନ୍ଦନ କୁମାର ସାହୁ, କୋଷାଧ୍ୟକ୍ଷ ଭାବରେ ଅଲେଖ କୁମାର ମହାନ୍ତ , ଲଳିତ କୁମାର ମହାନ୍ତ ପ୍ରମୁଖ ଚୟନ ହୋଇଛନ୍ତି । ଏହି ବୈଠକରେ ବରିଷ୍ଠ ସଦସ୍ୟ ସୁନ୍ଦର ମୋହନ୍ ମହାନ୍ତ, ସମାଜସେବୀ ପ୍ରକାଶ ଚନ୍ଦ୍ର ବେହେରା ଅନନ୍ତ ମହାନ୍ତ, ଚନ୍ଦ୍ର ଶେଖର ରାଉତ୍, ବୁବୁନ ମହାନ୍ତ, ଆଦିକାନ୍ତ ମହାନ୍ତ, ନରୋତ୍ତମ ମହାନ୍ତ , ଭରତ ଚନ୍ଦ୍ର ଦୁର୍ଗା, ରବି ମାରାଣ୍ଡି, ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।