ଅବସରପ୍ରାପ୍ତ ଶିକ୍ଷକଙ୍କ ସମସ୍ୟା ସମାଧାନ ନିଦେ୍ର୍ଦଶ
ାା ପ୍ରଭାନୁ୍ୟଜ୍ ।ା ଚିଲିକା: ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡପାରୀ ପଞ୍ଚାୟତର ଭାବରା ରାମଚଣ୍ଡୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ସେବାନିବୃତ୍ତ ଶିକ୍ଷକ ସାରଙ୍ଗଧର ପାଲଟାସିଂହଙ୍କ ବକେୟା ବେତନ ସମସ୍ୟା ତୁରନ୍ତ ସମାଧାନ କରିବାକୁ ଜିଲାପାଳ ନିଦେ୍ର୍ଦଶ ଦେଇଥିବା ଜଣାପଡ଼ିଛି । ଶ୍ରୀ ପାଲଟାସିଂହ କାର୍ଯ୍ୟରୁ ଅବସର ନେଇଥିଲେ ମଧ୍ୟ ତାଙ୍କର ଗ୍ରେଡ ପେ ୨୮ ଶହ ପରିବର୍ତ୍ତେ ୪୨ ଶହ ଟଙ୍କାରେ ଧାର୍ଯ୍ୟ କରିବାକୁ ବିଭାଗୀୟ ନିଷ୍ପତ୍ତି ହୋଇଥିଲା । ମାତ୍ର ତାହା ପ୍ରଦାନ କରିବା ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରାଯିବାରୁ ସେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଏହି ମାମଲାର ବିଚାର କରି ବିଚାରପତି ବିରାଜ ପ୍ରସନ୍ନ ଶତପଥୀ ଗତ ଜାନୁଆରୀ ୫ରେ ବିଭାଗୀୟ ଅଧିକାରୀଙ୍କୁ ସରକାରୀ ନିୟମାନୁସାରେ ତାଙ୍କର ବେତନ ନିର୍ଦ୍ଧାରଣ କରି ୩ ମାସ ମଧ୍ୟରେ ଫଇସଲା କରିବାକୁ ବାକୁ ନିଦେ୍ର୍ଦଶ ଦେଇ ଇଥିଲେ । ଏହି ନିଦେ୍ର୍ଦଶନାମା ପାଇଥିଲେ ମଧ୍ୟ ଏଲିମେଣ୍ଟାରୀ ନିଦେ୍ର୍ଦଶକ, ଖୋଦ୍ଧା ଜିଲା ଶିକ୍ଷାଧିକାରୀ ଓ ଟାଙ୍ଗୀ ଗୋଷ୍ଠୀ ଶିକ୍ଷାଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହି ସମସ୍ୟା ବାଲେଶ୍ୱର, ବଲାଙ୍ଗୀର ଇତ୍ୟାଦି ଅନ୍ୟାନ୍ୟ ଜିଲାରେ ସମାଧାନ ହୋଇଥିଲା ବେଳେ ସେବାନିବୃତ୍ତ ଶିକ୍ଷକ ସାରଙ୍ଗଧର ଏଥିରୁ ବଞ୍ଚିତ ହୋଇଛନ୍ତି । ଏନେଇ ସୋମବାର ଟାଙ୍ଗୀ ବ୍ଲକ ପରିସରରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ପ୍ରକୋଷ୍ଠରେ ହାଜର ହୋଇ ତାଙ୍କର ନ୍ୟାର୍ଯ୍ୟ ସମସ୍ୟା ସମାଧାନ କରିବା ପାଇଁ ଜିଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ଏହାକୁ ତୁରନ୍ତ ଫଇସଲା କରି ତାଙ୍କର ସମସ୍ତ ବକେୟା ପ୍ରାପ୍ୟ ଦେବାକୁ ଜିଲାପାଳ ଟାଙ୍ଗୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡ଼ିଛି ।