ଧର୍ମେନ୍ଦ୍ର ପାଇବେ ସମ୍ମାନ
କଟକ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୫ର ମର୍ଯ୍ୟାଦାଜନକ ‘କଳିଙ୍ଗ ରନô’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ସ୍ଥାନୀୟ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ୪୫ତମ ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଶ୍ରୀ ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରିବେ ବୋଲି ସାରଳା ସାହିତ୍ୟ ସଂସଦ ପକ୍ଷରୁ କୁହାଯାଇଛି । ଆଗାମୀ ୧୫ ତାରିଖରେ ସଂସଦ ପକ୍ଷରୁ ଏହି ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସଂସଦ ପ୍ରତିଷ୍ଠାତା ଓ ସଭାପତି ଡ ଇଂ ପ୍ରଭାକର ସ୍ୱାଇଁ ଓ ସଂପାଦକ ଡା ନିରଞ୍ଜନ ତି୍ରପାଠୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସେ ଉକôଳ ବିଶ୍ୱବିଦ୍ୟାଳୟରୁ ନୃତତ୍ତ୍ୱ (ଆନ୍ଥ୍ରୋପୋଲୋଜି)ରେ କୃତିତ୍ୱର ସହିତ ଏମଏ ପାସ କରିଛନ୍ତି । ଏହା ବ୍ୟତୀତ ସେ ଜଣେ ଦକ୍ଷ ଛାତ୍ରନେତା ଭାବରେ ତାଙ୍କର ସୁନାମ ରହିଛି । ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ରାଜନୀତିର ପ୍ରବହମାନତା ମଧ୍ୟରେ ସେ ସଫଳତା ଲାଭ କରିବା ସହିତ ଓଡ଼ିଶା ବିଧାନସଭାର ବିଧାୟକ, ସାଂସଦ ତଥା ଭାରତ ସରକାରଙ୍କର ବହୁବାର ମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ପଦ ମଣ୍ଡନ କରିଛନ୍ତି । ସେ ଦେଶର ଶିକ୍ଷା, ପେଟ୍ରୋଲିୟମ, ରସାୟନ ଓ ଦକ୍ଷତା, ବିକାଶ ପ୍ରଭୃତି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀପଦର ଦାୟିତ୍ୱ ବହନ କରି ବିଭାଗରେ ବୈପ୍ଳବିକ ଉନ୍ନତି ସାଧନ କରିଛନ୍ତି । ଦେଶର ଶିକ୍ଷାମନ୍ତ୍ରୀ ଭାବରେ ୨୦୨୦ ଜାତୀୟ ଶିକ୍ଷାନୀତି ପ୍ରବର୍ତ୍ତନ କରି ସେ ଅଶେଷ ଲୋକପି୍ରୟତା ଅର୍ଜନ କରିଛନ୍ତି । ସେ ଜଣେ ଜନସେବୀ ଓ ରାଜନେତା ଭାବରେ ଅନ୍ତର୍ଜାତୀୟ କ୍ଷେତ୍ରରେ ସ୍ୱୀକୃତିଲାଭ କରିଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ, ଯେକୌଣସି କ୍ଷେତ୍ରରେ ଜାତୀୟ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିଥିବା ଜଣେ ଓଡ଼ିଆଙ୍କୁ ସାରଳା ସାହିତ୍ୟ ସଂସଦ ପକ୍ଷରୁ ‘କଳିଙ୍ଗରନô ସମ୍ମାନ’ ପ୍ରଦାନ କରାଯାଇଥାଏ ।