ଚାରା ପୋତିଲେ ରାଜ୍ୟପାଳ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସରେ ରାଜଭବନ ପରିସରରେ ଚାରା ରୋପଣ କରିଛନ୍ତି ଡ. ହରିବାବୁ କମ୍ଭମପାଟି । ଏ ଅବସରରେ ଏକ ବାର୍ତ୍ତା ଦେଇ ରାଜ୍ୟପାଳ କହିଛନ୍ତି ଯେ, ବିଶ୍ୱ ପରିବେଶ ଦିବସ ବିଶ୍ୱରେ ଜୀବଜନ୍ତୁଙ୍କର ଜୀବନ ଧାରଣ ପାଇଁ ପରିବେଶର ଯନô ଓ ସୁରକ୍ଷା ପ୍ରସଙ୍ଗ ସ୍ମରଣ କରାଇଦିଏ । ଏହି ଦିବସ ପାଳନ କେବଳ ସଚେତନତାର ପ୍ରଚାର ପ୍ରସାର କରିବାରେ ସୀମିତ ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତି, ଗୋଷ୍ଠୀ ଏବଂ ଅନୁଷ୍ଠାନ ଏକ ସୁସ୍ଥ ଏବଂ ସବୁଜ ପୃଥିବୀ ଗଠନ ପାଇଁ କାମ କରିବାକୁ ଆହ୍ୱାନ ଜଣାଇଥାଏ । ବିଶେଷକରି ବୃକ୍ଷରାଜି ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଲଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୃକ୍ଷ । ଚଳିତ ବର୍ଷର ଶୀର୍ଷକ ‘ପ୍ଲାଷ୍ଟିକ ପ୍ରଦୂଷଣ ସମାପ୍ତ କରିବା’ ରହିଥିବାରୁ ଏହାକୁ ଆଧାର କରି ଏକ ସ୍ୱଚ୍ଛ ଓ ସବୁଜ ପୃଥିବୀ ଗଠନ ପାଇଁ ଅର୍ଥପୂର୍ଣ୍ଣ ପଦକ୍ଷେପ ନେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ଓଡିଶାର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ପାଟି ମଧ୍ୟ ଚାରା ରୋପଣ କରିଥିଲେ ।