ଜୀବନର ମୂଲ୍ୟ ୪ ଲକ୍ଷ ଟଙ୍କା ନୁହେଁ: ବିଜେଡି
୮ ଆମ୍ବୁଲାନ୍ସ ସେବାରେ ଅବ୍ୟବସ୍ଥା ଯୋଗୁଁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଆଇତପୁରର ଶଙ୍କର ମହାରଣାଙ୍କ ମୃତୁ୍ୟରେ ରାଜ୍ୟ ସରକାରଙ୍କ ଚରମ ଅବହେଳାକୁ ଦାୟୀ କରିଛି ବିରୋଧି ବିଜେଡି । ଆଜି ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ମୃତକଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଛି ।
ରାଜ୍ୟ ସରକାରଙ୍କ ଅପରାଧିକ ଅବହେଳା ଯୋଗୁଁ ଆଜି ଏକ ଅମୂଲ୍ୟ ଜୀବନ ଚାଲିଗଲା ବୋଲି ଆଇତପୁରରେ ମୃତ ଶଙ୍କରଙ୍କ ପରିବାର ଓ ଗ୍ରାମବାସୀ ବିଜେଡି ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ । ନବୀନ ସରକାର ସମୟରେ ଖବର ପହଞ୍ଚିବାର ୨୦ ମିନିଟ୍ ମଧ୍ୟରେ ୧୦୮ ଗାଡ଼ି ପହଞ୍ଚô ଯାଉଥିଲା । ହେଲେ ବିଜେପି ସରକାରରେ ଖବର ଦେବାର ୩ ଘଣ୍ଟା ପରେ ବି ଆମ୍ବୁଲାନ୍ସ ପହଞ୍ଚୁ ନାହିଁ ବୋଲି ଅଭିଯୋଗ ହୋଇଛି । ସେହିପରି ମୃତ ଶରୀରକୁ ଏମକେସିଜି ମେଡିକାଲରୁ ନିଜ ଗାଁକୁ ନେବାପାଇଁ ପରିବାରବର୍ଗ ସରକାରୀ ସହାୟତା ମାଗିଥିଲେ ମଧ୍ୟ କେହି ଶୁଣିନଥିଲେ । ଫଳରେ ନିଜ ଖର୍ଚ୍ଚରେ ପରିବାର ଲୋକେ ମୃତଦେହକୁ ଘରକୁ ନେଇଥିଲେ । ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳି ନଥିବା ବେଳେ ବିଜେଡି ଯିବା ଖବର ମିଳିବା ପରେ, ଗତକାଲି ରାତି ୧୧ଟାରେ ସରକାର ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିବା ଘଟଣାକୁ ନିନ୍ଦା କରାଯାଇଛି । ମୃତକଙ୍କ ଭଇକୁ ଏକ ସରକାରୀ ଚାକିରି ଯୋଗାଇ ଦେବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି ।
ସୂଚନାଯୋଗ୍ୟ ଗତ ଗୁରୁବାର କି୍ରକେଟ ଖେଳିବା ସମୟରେ ଛାତିରେ ବଲ୍ ବାଜିବାରୁ ଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ୧୦୮ ଯୋଗେ ବ୍ରହ୍ମପୁର ଏମ୍କେସିଜି ନିଆଯିବା ବାଟରେ ଖଲ୍ଲିକୋଟ ନିକଟରେ ୧୦୮ ଆମ୍ବୁଲାନ୍ସ ଖରାପ ହୋଇ ଯାଇଥିଲା । ଏହି ସମୟରେ ପରିବାର ଲୋକ ଅନ୍ୟ ଏକ ଆମ୍ବୁଲାନ୍ସ ପାଇଁ ସହାୟତା ମାଗିଥିଲେ ବି ମିଳି ନ ଥିଲା । ଫଳରେ ୩ ଘଣ୍ଟା ବିଳମ୍ବରେ ବ୍ରହ୍ମପୁର ମେଡିକାଲ୍ରେ ପହଞ୍ଚôବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।