ପୀତବାସ ହତ୍ୟାକାଣ୍ଡ : ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା ଗିରଫ
ବ୍ରହ୍ମପୁର : ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ତଥା ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରହ୍ମପୁରର ପୁଲିସ । ବିଳମ୍ବିତ ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ଅଜ୍ଞାତ ଜାଗାରେ ରଖି ଜେରା କରିଥିଲା ପୋଲିସ । ଆଜି ବିକ୍ରମ ପଣ୍ଡାଙ୍କ ସମେତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ସଦସ୍ୟ ମଦନ ଦଳେଇ ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କୁ ପୁଲିସ ଏହି ଘଟଣାରେ କୋଟ ଚାଲାଣ କରିଛି । ପୀତବାସଙ୍କୁ କିଏ ଓ କାହିଁକି ହତ୍ୟା କରିଥିଲା ସେ ବିଷୟରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶୀଘ୍ର ସୂଚନା ଦେବେ ବୋଲି ସେ କହିଛନ୍ତି । ପୀତବାସଙ୍କ ହତ୍ୟା ବ୍ୟବସାୟକୁ ନେଇ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହା ପଛରେ ରାଜନୈତିକ ଶତ୍ରୁତା ଅଛି ନା ନାହିଁ ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରୁଛି । ଏକାଧିକ ରାଜନୈତିକ ବ୍ୟକ୍ତିଙ୍କୁ ପୁଲିସ ପଚରାଉଚରା କରୁଥିବାରୁ ହତ୍ୟା ଘଟଣାର କିଛି ରାଜନୈତିକ ସଂଯୋଗ ଥିବା ଅନୁମାନ କରି ପୁଲିସ ତଦନ୍ତକୁ ସେହି ଦିଗରେ ଗତିଶୀଳ କରିିଛି ।