ସୁଉଚ୍ଚ ତୋରଣ, ଶବ୍ଦ ପ୍ରଦୂଷଣକାରୀ ବାଣ ଓ ବାଜା ଉପରେ କଟକଣା
କଟକ: ପାର୍ବଣ ଲାଗି ସାଜସଜ୍ଜା ହେବ । କିନ୍ତୁ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା ଓ ବାଣ ଉପରେ ସଂପୂର୍ଣ୍ଣ କଟକଣା ରହିବ । କଟକ ସହର ସମସ୍ୟା ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁବାର ଏଭଳି ନିଦେ୍ର୍ଦଶ ଦେଇଛନ୍ତି ।
ପୂଜାରେ ୬୫ ଡେସିବଲ ସାଉଣ୍ଡ ମଧ୍ୟରେ ଡିଜେ ବଜାଇବା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏନେଇ ଉଭୟ କଟକ ଜିଲ୍ଲାପାଳ ଓ ଡିସିପି ନଜର ରଖିବେ ବୋଲି ହାଇକୋର୍ଟ ତାଙ୍କ ନିଦେ୍ର୍ଦଶରେ ସ୍ପଷ୍ଟ କରିଛନ୍ତି । କେବଳ ୪ଟି ସାଉଣ୍ଡ ବକ୍ସ ବ୍ୟବହାର ପାଇଁ ଅନୁମତି ମିଳିବ । ରାସ୍ତା ଉପରେ ସୁଉଚ୍ଚ ତୋରଣ ନିର୍ମାଣ ଲାଗି ହାଇକୋର୍ଟ ବାରଣ କରିଛନ୍ତି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ୍ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ତେବେ ଇଲେକ୍ଟି୍ର ଗେଟକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ପୂଜା ଲାଗି ଗେଟ ନିର୍ମାଣ ପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରହିବ । ଯାହା ଉପରେ ତୁରନ୍ତ ନଷ୍ପତ୍ତି ନେଇ ଆସନ୍ତା ରବିବାର ହେବାକୁ ଥିବା ଦଶହରା ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲାପାଳ ଏ ନେଇ ସମସ୍ତ ପୂଜା କମିଟି କର୍ମକର୍ତ୍ତାମାନଙ୍କୁ ଅବଗତ କରାଇବେ ବୋଲି ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଗଣେଶ ପୂଜା ଠାରୁ ବାଲିଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ନିଦେ୍ର୍ଦଶ କାର୍ଯ୍ୟକାରୀ ହେବ । ଏହା ବାଦ ପ୍ରତ୍ୟେକ ପୂଜା ମଣ୍ଡପ ଅନୁମତି ପତ୍ର ନେବା ପୂର୍ବରୁ ମଣ୍ଡପର ଅଗ୍ନି ନିରାପତ୍ତା, ବିଦୁ୍ୟତ ନିରାପତ୍ତା ଏବଂ ହାଇକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା କଟକଣା ସଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ତଦାରଖ ଲାଗି କଟକ ଡିସିପିଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।