ବଢିଲା ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଅଡୁଆ

ବଢିଲା ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଅଡୁଆ

ଭୁବନେଶ୍ୱର : ବଢିବାରେ ଲାଗିଛି ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଅଡୁଆ । ମନ୍ମଥଙ୍କ ବିରୋଧରେ ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଛି । ବିଜେପିର ଲିଗାଲ ସେଲ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛି ବିଜେପି ଲିଗାଲ ସେଲ । ମାମଲାରେ ମନ୍ମଥଙ୍କ ବିରୋଧରେ ୫ଟି ଦଫା ଲାଗିଛି । ଅନ୍ୟପଟେ କୋର୍ଟରେ ଲଢେ଼ଇ ହେବ । ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନ ପାଇଁ ଲଢ଼ି ଜେଲ  ଯିବାକୁ ପ୍ରସ୍ତୁତ ବୋଲି ମନ୍ମଥ ରାଉତରାୟ କହିଛନ୍ତି ।