ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ବଜିତ ନାୟକ

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ବଜିତ ନାୟକ

ଯାଜପୁର: କୋରେଇ ନିର୍ବାଚନ ମଣ୍ଡଳୀରେ ଦୁର୍ବଳ ହେଉଛି ବିଜେପି । ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ । ଆଜି ଶହ ଶହ ସମର୍ଥକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ବିଜେପିରୁ ଇସ୍ତଫା ଘୋଷଣା କରିଛନ୍ତି ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ବଜିତ ନାୟକ । ବିଜେପି ତାଙ୍କୁ ଅଣଦେଖା କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ବିଶ୍ବଜିତଙ୍କ ସମେତ ବୈଠକରେ ଉପସ୍ଥିତ ୮ ଶହରୁ ଊର୍ଦ୍ଧ୍ବ ନେତା ଓ କର୍ମୀ ମଧ୍ୟ ବିଜେପି ଛାଡ଼ିବା ନେଇ ଘୋଷଣା କରିଛନ୍ତି ।

ବିଶ୍ବଜିତ ଗତ ୨୦୧୯ ନିର୍ବାଚନରେ ବିଜେପି ଟିକଟରୁ କୋରେଇ ବିଧାନସଭା ଆସନ ପାଇଁ ଲଢିଥିଲେ । ତେବେ ଚଳିତ ଥର ବିଜେପି ତାଙ୍କୁ ଟିକେଟ ନ ଦେବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି । ଦଳ ଚଳିତ ଥର ଆକାଶ ଦାସ ନାୟକଙ୍କୁ କୋରେଇରୁ ପ୍ରାର୍ଥୀ କରିଛି । ତେବେ ବିଜେପିରୁ ଇସ୍ତଫା ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଶ୍ବଜିତ କହିଛନ୍ତି ଯେ, ଦଳର 'ମେରି ରାୟ' ନିତୀ ପାଇଁ ସମସ୍ତେ ଇସ୍ତଫା ଦେଇଛୁ । ଦୀର୍ଘ ବର୍ଷ ଧରି ନିଷ୍ଠାର ସହ ଦଳ ପାଇଁ କାର୍ୟ୍ୟ କରିବା ପରେ ମଧ୍ୟ ଦଳ ତାଙ୍କୁ ଉପେକ୍ଷା ବା ଅଣଦେଖା କହିଛି । ତାଙ୍କ ସହ ବା କୌଣସି ବିଜେପି କାର୍ୟ୍ୟକର୍ତ୍ତାଙ୍କ ସହ ଦଳ ଆଲୋଚନା ନକରି ଜଣେ ଅନ୍ୟଦଳରୁ ଆସିଥିବା ନେତାଙ୍କୁ ଦଳ ଟିକଟ ଦେଇଥିବାରୁ ସେ ଦଳ ଛାଡ଼ିଛନ୍ତି । ତେବେ ତାଙ୍କର ଆଗାମୀ କାର୍ୟ୍ୟ ପନ୍ଥା କ'ଣ ରହିବ ତାହା ସମୟ କହିବ ।