ବାର ଆସୋସିଏସନ୍ ପକ୍ଷରୁ ବୈଠକ

ନୂଆପଡ଼ା ଜିଲ୍ଲା ଖଡିଆଳ ଯୁଡ଼ିସିଆଲ ବାର ଏସୋଶିଏସନ୍ ପକ୍ଷରୁ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ତିଖାଲି ବଙ୍ଗଳା ଠାରେ ବୈଠକ ଅନୁଷ୍ଠିତ ହୋଇ ଥିବା ବେଳେ ଏସୋଶିଏସନ୍ ସଭାପତି ଶିବ ପ୍ରାସାଦ ମେହେର ଅଧ୍ୟକ୍ଷତା କରିଥିଲେ । ଖଡିଆଳ ଠାରେ ଶୀଘ୍ର ଏଡିଯେ କୋର୍ଟ ଖୋଲିବା ନେଇ ଆହ୍ୱାନ କରିଥିଲେ । ସେହିପରି ନୂତନ ରୂପେ ଯୋଗ ଦେଇଥିବା ସବଜର୍ଜ ଙ୍କୁ ସ୍ୱାଗତ କରିବା ପାଇଁ ନିଷ୍ପତ୍ତି ହୋଇଅଛି । ଆସନ୍ତା କାଲି ସବ ଜର୍ଜଙ୍କୁ ବାର ହଲ୍ ଠାରେ ସ୍ୱାଗତ କରିବା ପାଇଁ ନିଷ୍ପତ୍ତି ହୋଇଅଛି । ନିକଟରେ ମୃତୁ୍ୟ ବରଣ କରିଥିବା ଆଇନଜୀବୀ ସୁବ୍ରତ କୁମାର ସେନାପତିଙ୍କ ଆମର ଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଖଡିଆଳ ବରିଷ୍ଠ ସଦସ୍ୟ ସାରଦା ପ୍ରସାଦ ପଣ୍ଡା, ସନ୍ତୋଷ ମିଶ୍ର, ଯୁଧିଷ୍ଠିର ମେହେର, ବିଶ୍ୱଜିତ ପାଢୀ, ଭବେଶ ପାଣିଗ୍ରାହୀ, ଚିତ୍ତରଞ୍ଜନ ସିଂ ଦେଓ, ବିରଜା ସିଂ ଦଳପତି, ଆଦିତ୍ୟ ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ମେହେର, ସୁଶାନ୍ତ ତାଣ୍ଡି, ନୟନ ବିଭାର, ମନ ରଞ୍ଜନ ରାଉତ, ବା‚ାନିଧି ବେହେରା, ଟିକେଶ୍ୱର, ମନିସ ପଣ୍ଡା,ତପନ ଦାସ, ଟିକେଶ୍ୱର ପଟେଲ, ନେହେରୁ ବେହେରା ମୀତ୍ରବାଦୀ ମଲ୍ଲିକ ଓ ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।