ବିଭ୍ରାନ୍ତିକର ସୂଚନାର ମୁକାବିଲା କରିବ ଏଆଇ

 ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଇଣ୍ଡିଆ ସେଲୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ ସହଯୋଗରେ ଟ୍ରୁଥ୍ ଟେଲ୍ ହାକାଥନ ଚ୍ୟାଲେଞ୍ଜ ଘୋଷଣା କରିଛି । ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ ୨୦୨୫ରେ କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ସିଜିନ-୧ର ଏକ ଅଂଶ ହେଉଛି ଏହି ହ୍ୟାକାଥନ୍ । ଲାଇଭ୍ ପ୍ରସାରଣରେ ବିଭ୍ରାନ୍ତିକର ସୂଚନାର ମୁକାବିଲା ପାଇଁ ଏକ ଏଆଇ ପରିଚାଳିତ ସମାଧାନ ବିକଶିତ କରିବା ଉଦେ୍ଦଶ୍ୟରେ ଏହି ଚ୍ୟାଲେଞ୍ଜ ଏକ ଅଗ୍ରଣୀ ପଦକ୍ଷେପ । ଆଜିକାଲିର ଦ୍ରୁତ ଗତିଶୀଳ ଗଣମାଧ୍ୟମ ଯୁଗରେ ବିଶେଷ କରି ସିଧା ପ୍ରସାରଣ ସମୟରେ ବିଭ୍ରାନ୍ତିକର ସୂଚନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରସାରଣକାରୀ, ସାମ୍ବାଦିକ ଏବଂ ଦର୍ଶକଙ୍କ ପାଇଁ ରିୟଲ ଟାଇମରେ ମିଥ୍ୟା ସୂଚନା ଚିହ୍ନଟ କରିବା ଏକ ସମାନ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ।୧୦ ଲକ୍ଷ ଟଙ୍କାର ପୁରସ୍କାର ପୁଲ୍ ସହ ଏହି ହ୍ୟାକାଥନ୍ ଡେଭଲପର୍ସ, ଡାଟା ବୈଜ୍ଞାନିକ ଏବଂ ମିଡିଆ ପ୍ରଫେସନାଲମାନଙ୍କୁ ରିୟଲ ଟାଇମ୍ ଭୁଲ ସୂଚନା ଚିହ୍ନଟ ଏବଂ ତଥ୍ୟ ଯାଞ୍ଚ ପାଇଁ ଏଆଇ-ଚାଳିତ ଉପକରଣ ତିଆରି କରିବାକୁ ଆହ୍ୱାନ କରିଛି । ବିଜେତା ଦଳଗୁଡ଼ିକୁ ଅଗ୍ରଣୀ ବୈଷୟିକ ପେସାଦାରଙ୍କ ଠାରୁ ନଗଦ ପୁରସ୍କାର, ମେଣ୍ଟରସିପ୍ ସୁଯୋଗ ଏବଂ ଇନକୁ୍ୟବେସନ୍ ସହାୟତା ପ୍ରଦାନ କରାଯିବ । ବିଶ୍ୱବ୍ୟାପୀ ୫,୬୦୦ରୁ ଅଧିକ ପଞ୍ଜୀକରଣ ହୋଇଥିବା ଏହି ହ୍ୟାକାଥନ୍ ପ୍ରତି ଏପର୍ଯ୍ୟନ୍ତ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି, ଯେଉଁଥିରେ ୩୬% ମହିଳା ଅଂଶଗ୍ରହଣକାରୀ ଅଛନ୍ତି ।