ଭେଣ୍ଟିଲେଟରରେ ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ର

ଭେଣ୍ଟିଲେଟରରେ ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ପୁଣି ବିଗିଡିଲା ବଲିଉଡ ସୁପରଷ୍ଟାର ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା । ଗତ କିଛି ଦିନ ଧରି ସେ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ଆଜି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଆଜି ତାଙ୍କ ଅବସ୍ଥା ଆହୁରି ଖରାପ ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯିବା ସହ ଭେଣ୍ଟିଲେଟରରେ ରଖାଯାଇଛି । ୧୦ ଦିନ ପୂର୍ବରୁ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏହି ଖବର ଆସିବା ପରେ ଫ୍ୟାନ୍ସ ମାନେ ଶୀଘ୍ର ଆରୋଗ୍ୟ ଲାଗି ପ୍ରାର୍ଥନା କରିଛନ୍ତି।