୩୨ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
ରାମନାଥପୁରମ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମବିଏଲ୍) ଉଲ୍ଲଂଘନ ଅଭିଯୋଗରେ ଶ୍ରୀଲଙ୍କା ନୌସେନା ରବିବାର ରାମନାଥପୁରମର ୫ଟି ଯାନ୍ତ୍ରିକ ଡଙ୍ଗାକୁ ଧରିବା ସହ ୩୨ ଜଣ ଭାରତୀୟ ମସô୍ୟଜୀବୀଙ୍କୁ ଗିରଫ କରିଛି । ଗିରଫ ପରେ ରାମନାଥପୁରମର ମସô୍ୟଜୀବୀ ସଂଘ ଫେବ୍ରୁଆରି ୨୮ରୁ ହେବାକୁ ଥିବା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି । ଶନିବାର ରାତିରେ ରାମେଶ୍ୱରମରୁ ୪୫୦ଟି ଯାନ୍ତ୍ରିକ ଡଙ୍ଗା ସମୁଦ୍ର ଭିତରକୁ ଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲଙ୍କା ନୌସେନା ପାଟ୍ରୋଲିଂ ୟୁନିଟ୍ ଆଇଏମବିଏଲ୍ ନିକଟରେ ମାଛ ଧରୁଥିବା ଭାରତୀୟ ମସô୍ୟଜୀବୀଙ୍କୁ ଘଉଡ଼ାଇ ଦେଇଥିଲା । ତେବେ ପାଣିରେ ଥିବା ୫ଟି ଡଙ୍ଗାକୁ ପାଟ୍ରୋଲିଂ ୟୁନିଟ୍ ଧରି ପ୍ରାୟ ୩୨ ଜଣ ଭାରତୀୟ ମସô୍ୟଜୀବୀଙ୍କୁ ଗିରଫ କରିଥିଲା । ଗିରଫ ମାନଙ୍କୁ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପାଇଁ ମନ୍ନର ମସô୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି ।
ରାମନାଥପୁରମ ମସô୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଡଙ୍ଗା ମାଲିକଙ୍କ ନାମ ଏଫ୍ ସେସୁରାଜା, ଏସ୍ ବିଜୟକୁଲମ, ଥାଙ୍ଗାଚିମାଡାମର ଏସ୍ ଅରୋକିଆ ମଣ୍ଟ୍ର, ନାରିପାଇୟୁରର ଏମ୍ ଜୟ ପ୍ରକାଶ ଏବଂ ମୁକାଇୟୁରର ଗୋପାଳଙ୍କ ନାମ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ଗତ ଦୁଇ ମାସ ମଧ୍ୟରେ ଶ୍ରୀଲଙ୍କା ନୌସେନା ଦ୍ୱାରା ଗିରଫ ହୋଇଥିବା ମସô୍ୟଜୀବୀମାନଙ୍କ ମଧ୍ୟରୁ ପ୍ରାୟ ୧୦୮ ଜଣ ମସô୍ୟଜୀବୀ ଏବଂ ମୋଟ ୧୬ଟି ଡଙ୍ଗା ରାମନାଥପୁରମ୍ ଜିଲ୍ଲାର । ସେଥିମଧ୍ୟରୁ ଫେବ୍ରୁଆରି ମାସରେ ପ୍ରାୟ ୧୧ଟି ଡଙ୍ଗା ଓ ୬୬ଜଣ ମସô୍ୟଜୀବୀ ଧରାପଡ଼ିଥିଲେ । ଗିରଫ ମସô୍ୟଜୀବୀମାନଙ୍କୁ ମୁକ୍ତ କରିବା ଏବଂ ଜବତ ଡଙ୍ଗାଗୁଡ଼ିକୁ ଉଦ୍ଧାର କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ମସô୍ୟଜୀବୀ ସଂଘ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସଂଘ ଦାବି କରିଛି ।