ପଦରୁ ହଟିଲେ ସମରେଶ

 ଭୁବନେଶ୍ୱର  : ହାଇକୋର୍ଟର ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ୍ ସମରେଶ ଜେନାଙ୍କୁ ଆଜି ରାଜ୍ୟ ସରକାର ପଦରୁ ହଟାଇ ଦେଇଛନ୍ତି  । ଆଡ଼ଭୋକେଟ ଜେନେରାଲଙ୍କ ଅଫିସରୁ ତାଙ୍କୁ ହଟାଇ ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  । ଗତ ୨୦୨୪ ଅକ୍ଟୋବର ୨୧ରେ ସେ ଏହି ପଦବୀରେ ନିଯୁକ୍ତି ପାଇଥିଲେ  । ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏନେଇ ଆଇନ୍ ବିଭାଗର ପ୍ରମୁଖ ସଚିବଙ୍କୁ ଅବଗତ କରାଇଥିଲେ  ।