ବିମାନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

 ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ମୃତୁ୍ୟ ବରଣ କରିଥିବା ସମସ୍ତଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ୍ ପ୍ରାର୍ଥନା କରାଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ସରପଞ୍ଚ ପ୍ରମୋଦ ସାହୁ, ଦିଲ୍ଲିପ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ଜିଲ୍ଲା କଂଗ୍ରେସ ଉପ ସଭାପତି ମହନୀ ଚରଣ ରାଉତ, ଜିଲ୍ଲା କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ଼ାକ୍ତର ଜଗଦାନନ୍ଦ ବେହେରା, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଇମତିୟାଜ ଅହମ୍ମଦ ଖାଁ, କୃଷ୍ଣଚନ୍ଦ୍ର ପ୍ରଧାନ,  ଇଂ ଜ୍ଞାନ ରଞ୍ଜନ ଜେନା, ପବିତ୍ର କୁମାର ପରିଡା, ସୁକାନ୍ତ କୁମାର ମହାପାତ୍ର, ହେଦାୟତ ଅଲ୍ଲୀ, ହିଫଜୁଲ୍ ରହେମାନ, ଶଙ୍କରେଶ୍ୱର ଦାସ ପ୍ରମୁଖ ଉପସ୍ଥିତ ରହି ଦିବଂଗତଙ୍କ ଉଦେ୍ଦଶ୍ୟରେ ନିରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।