ଫକୀରମୋହନଙ୍କ ଶ୍ରାଦ୍ଧ ବାର୍ଷିକୀ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୦୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଆଲୋଚନା ସଭାରେ ସଂଘର ସଭାପତି ବାଲା ରାଜୁ ପାଢ଼ି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଉକôଳ ସମ୍ମିଳନୀର ଜିଲ୍ଲା ଶାଖା ସଭାପତି ଅଧ୍ୟାପକ ଡ. ରଞ୍ଜନ କୁମାର ସ୍ୱାଇଁ, ମୁଖ୍ୟବକ୍ତା କଳିଙ୍ଗ ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସଂପାଦକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ମଞ୍ଚାସୀନ ଥିଲେ । ସମସ୍ତ ବକ୍ତା ବ୍ୟାସକବିଙ୍କ ବାଲ୍ୟ ଜୀବନ, ସମାଜ ସଂସ୍କାର, ଆଧୁନିକ ଓଡ଼ିଆ ସାହିତ୍ୟ ଜଗତକୁ ଅବଦାନ ଓଡିଶା ପ୍ରଦେଶ ଗଠନରେ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ସଦସ୍ୟ ମାନଙ୍କ ମଧ୍ୟରୁ ଶିବ ପ୍ରସାଦ ପାତ୍ର, ବାବାଜୀ ଚରଣ ସ୍ୱାଇଁ, ବାଳକୃଷ୍ଣ ପାଢ଼ି, ଏସ୍. ଏରା ସ୍ୱାମୀ, ଲଡୁକିଶୋର ପଣ୍ଡା, ନବ କିଶୋର ସାହୁ, ଜଗନ୍ନାଥ ତିଆରି, କୃଷ୍ଣଚନ୍ଦ୍ର ପାଳ ପ୍ରମୁଖ ଉପସ୍ଥିତ ଥିଲେ ।