ଭାରତୀୟ ରେଳପଥ ନିର୍ବାଚନ: ବିଜୟ ଉତ୍ସବ ପାଳନ କଲା ଶ୍ରମିକ କଂଗ୍ରେସ

 ଜଟଣୀ: ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଟ୍ରାଫିକ କଲୋନୀ କଲ୍ୟାଣ ମଣ୍ଡପରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଛି । ପ୍ରକାଶ ଥାଉକୀ ଭାରତୀୟ ରେଳପଥ ଶ୍ରମିକ ସଂଗଠନ ମାନ୍ୟତା ପାଇଁ ସାଧାରଣ ନିର୍ବାଚନ ଗତ ଡିସେମ୍ବର ୪ ଓ ୫ ରେ ଭୋଟ ଗ୍ରହଣ କରାଯାଇଥିଲା । ଏଥିରେ ଚାରିଟି ଶ୍ରମିକ ସଂଗଠନ ଯଥା, ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ, ଶ୍ରମିକ ୟୁନିଅନ୍, ଭାରତିୟ ମଜଦୂର ସଙ୍ଘ ଏବଂ ଏମ୍ପ୍ଲୋଇଜ ୟୁନିଅନ୍ ଭାଗ ନେଇଥିଲେ, ମୁଖ୍ୟ ଦୁଇ ଗୋଟି ସଂଗଠନ ଶ୍ରମିକ କଂଗ୍ରେସ ଓ ଶ୍ରମିକ ୟୁନିଅନ୍ ମଧ୍ୟରେ ଲଢେଇ ହୋଇଥିଲା । ଯେଉଁଥିରେ ଶ୍ରମିକ କଂଗ୍ରେସ ୧୯୭୦ ଖଣ୍ଡ ଭୋଟ ବ୍ୟବଧାନ ରେ ପୂର୍ବତଟ ରେଳପଥରେ ଏକ ନମ୍ବରରେ ବିଜୟୀ ହୋଇଛି   । ଶ୍ରମିକ କଂଗ୍ରେସ ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁ ଭୋଟରଙ୍କୁ ଧନ୍ୟବାଦ ଦେବା ସହ ଅର୍ବାନ ବ୍ୟାଙ୍କ୍ ଲୋନ ଉପରେ ସୁଧ ହାର କମିବା, ଜମା ଉପରେ ସୁଧ ବଢିବା, ସମସ୍ତ ହୋଲିଡେ ହୋମ କୁ ଆଧୁନୀକରଣ, କର୍କଟ ରୋଗୀଙ୍କ ସହାୟକ ମାନଙ୍କ ପାଇଁ ଟାଟା ମେମରିଆଲ ମୁମ୍ବାଇ ଓ ଯଶୋଦା ହାଇଦରାବାଦ ଠାରେ ନିଶୁଳ୍କ ରହଣି ବ୍ୟବସ୍ଥା, ଲୋନ୍ ସୀମା ୨୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି, ଅନ୍ ଲାଇନ୍ ସେବା ଭଳି କାର୍ଯ୍ୟ ପ୍ରଥମ ଏଜିଏମ୍ରେ କରାଯିବ ବୋଲି ଶ୍ରୀ ସାହୁ କହିଥିଲେ । ବିଜୟୀ ପରେ ଶ୍ରମିକ କଂଗ୍ରେସ ବିରାଟ ପଟୁଆର ସହିତ ନଗର ପରିକ୍ରମା କରି ବିଜୟ ଉତ୍ସବ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ପରିଚାଳନା ମୁଖ୍ୟ ପ୍ରମୋଦ ସାହାଣୀ, ଡିସି ସୁନିଲ ଭଞ୍ଜ, ଡେପୁଟି ଡିସି ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ପଦାଧିକାରୀ ଏମ୍ଜି କେ ରାଓ (ଗୋପୀ), ସୁବ୍ରତ ପଣ୍ଡା, ଆଶୁତୋଷ ବ୍ରହ୍ମା, ତ୍ରିଲୋଚନ ମହାନ୍ତି, ଶରତ ପଣ୍ଡା, ଅକ୍ଷୟ ପ୍ରଧାନ ଓ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଉସôବ ପାଳନ କରିଥିଲେ ବୋଲି ମିଡିଆ ସେଲ୍ ମୁଖ୍ୟ ଏଲ୍ ଡି ମିହାନ୍ତି ସୂଚନା ଦେଇଛନ୍ତି ।