ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର,ବିପଦରେ ଜୀବନ

ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର,ବିପଦରେ ଜୀବନ

ଜଟଣୀ : ଜଟଣୀ ଦୀପତଳ ଅନ୍ଧାର ପରି ପ୍ରତିଦିନ ଜାଣ ଲୋକଦେଖାଣିଆ ଅଘୋଷିତ ବିଦ୍ୟୁତ୍‌ କାଟ ହୁଏ । ଘୋଷଣା ସମୟ ଅତିକ୍ରାନ୍ତ ପର ଠାରୁ ଲାଇନ୍‌ କେବେ ଆସିବ ଏ ସମ୍ପର୍କରେ ବିଦ୍ୟୁତ ଅଫିସ୍‌କୁ ଫୋନ କଲେ ପ୍ରାୟତଃ ଫୋନ ଲାଗେନାହିଁ ଯଦି କେବେ କେହି ରିସିଭ୍‌ କରନ୍ତି ତେବେ କେବଳ ପରସ୍ପର ମଧ୍ୟରେ କାଦୁଅ ଫୋପଡ଼ା ଫୋପଡି ପରି ଦୋଷ ଲଦା ହୁଏ । ସେହିଭଳି ଦେଖାଯାଇଛି ସହରର ଅନେକ୍‌ ଜନଗହଳି ପୂର୍ଣ୍ଣ ଅଞ୍ଚଳ ମାନଙ୍କରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଗୁଡିକ ମୁକୁଳା ହୋଇପଡିଥିଲେ ହେଁ ଏ ବାବଦରେ ବିଭାଗୀୟ ଅଧିକାରୀମାନେ ନିଦା ବିଷ୍ନୁ ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି । ବିଗତ ଦିନରେ ବହୁ ବୁଲା ଗାଈ ଗୋରୁ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ନଜିର ଅଛି । ବର୍ତ୍ତମାନ୍‌ ପରିସ୍ଥିତିରେ ଏକ ରୋଚକ ବିଷୟ ପାଲଟି ବିପଦକୁ ହାତ ଠାରି ନିମନ୍ତ୍ରଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ମାଲଗୋଦାମ ଅଞ୍ଚଳରେ ଥିବା ବାପୁଜୀ କୁଷ୍ଠ କଲୋନୀ ପ୍ରବେଶ ପଥ ଏବଂ କୁଦିଆରୀ ବଜାର ଅଞ୍ଚଳରେ ଥିବା ଫ୍ଲାଇ ଓଭରବ୍ରିଜ୍‌ କଡରେ ଥିବା ରାସ୍ତାକୁ ଲାଗିକରି ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର । ବର୍ଷ ତମାମ ଏହି ସଂକୀର୍ଣ୍ଣ ରାସ୍ତା ଦେଇ ଶହଶହ ସଂଖ୍ୟାରେ ଯାନବାହାନ, ପଥଚାରି ଓ ବୁଲା ଜୀବଜନ୍ତୁମାନେ ଯିବା ଆସିବା କରିଥାନ୍ତି । ବର୍ତ୍ତମାନ ପରିସ୍ଥିତିରେ ନିର୍ମାଣ କାର୍ଯ୍ୟ ପାଇଁ ସୀତାରାମ୍‌ ଛକ ପଟୁ ରାସ୍ତା ବନ୍ଦ କରାଯିବା ଫଳରେ ଯାନ ବାହାନ ଗୁଡିକ ଓଭରବ୍ରିଜ ଉପରେ ଆସି ଏହିଠାରେ ବୁଲି ରେଳ ଷ୍ଟେସନ, କୁଦିଆରୀ ବଜାର ଓ ଲୋକୋ କଲୋନୀ ଅଞ୍ଚଳକୁ ଯାଇଥାନ୍ତି । ବିଶେଷ କରି ଗଣେଶ ପୂଜା ଉତ୍ସବ ପାଇଁ ଏହି ରାସ୍ତାରେ ବହୁଳ ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ଆରମ୍ଭ ହୋଇଯାଇଥିବା ବେଳେ, ରାସ୍ତା କଡରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶ ରେ ଆସି କେଉଁ ମୁହୂର୍ତ୍ତରେ କଣ ଯେ ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟକ୍ଷତି ହେବ କହି ହେବ ନାହିଁ କ୍ଷ ଅନ୍ୟ ପକ୍ଷରେ ସମ୍ପୃକ୍ତ ଅଞ୍ଚଳର ବଜାର କମିଟି ସଭାପତି ସୁଦର୍ଶନ ସୁନ୍ଦରାୟ ଉକ୍ତ ସମ୍ବେଦନଶୀଳ ଘଟଣା ବାବଦରେ ଟ୍ରାନଫର୍ମର ଚାରିପଟେ ତୁରନ୍ତ ବାଡ଼ ବୁଲାଇବା ପାଇଁ ଦାବି କରିଛନ୍ତି କ୍ଷ ଅପରପକ୍ଷ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ଶଶାଙ୍କଶେଖର ରାୟ ଓ ଲୁସେନ ରାୟ ଖୁବଶୀଘ୍ର ଘଟଣାର ସମାଧାନ କରିବା ପାଇଁ ବିଦ୍ୟୁତ୍‌ ବିଭାଗକୁ ଅବଗତ କରାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅତଏବ ଏହି ଅଞ୍ଚଳଟି ଜନସାଧାରଣଙ୍କ ଗମନାଗମନର ମୁଖ୍ୟ ମାଧ୍ୟମ ସାଜିଥିବା ବେଳେ, ଜନଜୀବନର ସୁରକ୍ଷା ପ୍ରତି ଦୃଷ୍ଟିଦେଇ ତୁରନ୍ତ ନୂତନ ଉଚ୍ଚତା ବିଶିଷ୍ଟ ଟ୍ରାନ୍ସଫର୍ମର ଚତୁର୍ପାଶ୍ୱରେ ବାଡ଼ ଘେରା କି ପାଚେରୀ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।