ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ
ଜଟଣୀ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜଟଣୀ ନଗର ପକ୍ଷରୁ ଜିଲ୍ଲାସ୍ତରୀୟ ବୃତ୍ତିଗତ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମବାୟ ଓ ହସ୍ତତନ୍ତ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦ୍ବୋଧନ ଦେଇଥିଲେ । ସେହିପରି ଅନ୍ୟତମ ସମ୍ମାନିତଅତିଥି ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡଜେନା କହିଲେ ଏକ ବର୍ଷରେ ଅନେକ କ୍ଷେତ୍ରରେ ଓଡ଼ିଶାର ବିକାଶ ହୋଇଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଆଶାର ସମ୍ଭାର ସୃଷ୍ଟି ହୋଇପାରିଛି । ଏଥିରେ ଅନ୍ୟତମ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ, ରାଜ୍ୟ ବିଜେପି ନେତା ସୁଦୀପ୍ତ ରାୟ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ରଶ୍ମୀମୟୀ ପଟ୍ଟନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବିଣା ଭଞ୍ଜଦେଓ, ଉପସଭାନେତ୍ରୀ ରୋଜିନା ରାଣୀ ଦାଶ, ପୂର୍ବତନ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ଅଜୟ ମିଶ୍ର, ନିକୁଞ୍ଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ମନୋଜ ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ, ନଗର ବିଜେପି ସଭାପତି ତିରୁପତି ଶତପଥୀ ଧନ୍ୟବାଦ ଦେଇଥିଲେ । ମଣ୍ଡଳ ପ୍ରତିନିଧି ପ୍ରଶାନ୍ତ ରବି ବେହେରା, ସମ୍ପାଦକ ପରେଶ ପଟ୍ଟନାୟକ ଓ ପ୍ରଦୀପ ଜେନା, ପ୍ରଶାନ୍ତ କୁମାର ପ୍ରଧାନ, ରାଜକିଶୋର ରଣସିଂହ, ପୂର୍ବତନ ନଗର ସଭାପତି ଲିଟୁ ରଞ୍ଜନ ରାଉତରାୟ ଓ ମହିଳା ମୋର୍ଚ୍ଚା ନେତ୍ରୀ ନିରୂପମା କର ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଆୟୁଷ୍ମାନ କାର୍ଡÿ ବଣ୍ଟନ କରାଯାଇଥିଲା ।