ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉସବ  : ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର  : ଭୁବନେଶ୍ୱରର ପ୍ରାଚୀନ ପାରମ୍ପାରିକ ଜାଗାରଯାତ୍ରା ମହାଶିବରାତ୍ରୀ ଉସôବରେ ଚଳିତ ବର୍ଷ ମହାଦୀପ ରାତ୍ର ୧୦ ଘଟିକାରେ ଉଠିବ ବୋଲି ଆଜି ଅପରାହ୍ନରେ ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ସମିଳନୀ କକ୍ଷରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଛି ।  ବୈଠକରେ ବିଧାୟକ ବାବୁ ସିଂହ, ମହାନଗର ମେୟର ସୁଲୋଚନା ଦାସ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ୍ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ସମନ୍ୱୟ କମିଟି ସହ ପୁଙ୍ଖାନୁପୁଙ୍ଖ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତା, ସ୍ୱେଚ୍ଛାସେବୀ କର୍ମକର୍ତ୍ତା, ତହସିଲଦାର, ବିଭିନ୍ନ ଲାଇନ ଡି ପାର୍ଟମେଣ୍ଟ ଯନ୍ତ୍ରୀ, ସଦଶ୍ୟ, ସାଦ୍ୟାଶା, ମନ୍ଦିର ସେବାୟତ ଯୋଗଦେଥିଲେ ।