ମହାବିଦ୍ୟାଳୟରେ ବିଦାୟୀ ସମ୍ବର୍ଦ୍ଧନା
କପ୍ତିପଦା : କପ୍ତିପଦା ମହାବିଦ୍ୟାଳୟର ଶିକ୍ଷା ବିଭାଗର ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଦୁଷ୍ମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଂରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶରତ କୁମାର ଦାସ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଅବନ୍ତୀ ଷଡ଼ଙ୍ଗୀ, କବିତା ମହାନ୍ତି, ନିବେଦିତା ପଣ୍ଡା ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷାର୍ଥୀଙ୍କୁ ଅଭିପ୍ରେରିତ କରିବା ସହିତ ବ୍ୟକ୍ତିତ୍ୱ ଗଠନ, ପରିବାର, ସ୍ୱାବଲମ୍ବନଶୀଳତା ହାସଲ ଓ ରାଷ୍ଟ ପ୍ରତି କର୍ତ୍ତବ୍ୟବୋଧ ଉପରେ ଆଲୋକପାତ କରିଥିଲେ । ବିଭାଗୀୟ ଅଧ୍ୟାପକ ଅଜିତ କୁମାର ସାହୁ, ଶ୍ରାବଣୀ ରାଉତ, ସନ୍ତୋଷ କୁମାର କାର୍ଜୀ, ମାନସ କୁମାର ପୁହାଣ, ଶୁଖରାମ ସିଂ, ବିଦୁ୍ୟତ୍ପ୍ରଭା ଷଡ଼ଙ୍ଗୀ, ପୁଷ୍ପଲତା ନାୟକ ପ୍ରମୁଖ ଯୋଗ ଦେଇଥିଲେ ।