ମହିଳାଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ବାପଘର ପରିବାର

ମହିଳାଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ବାପଘର ପରିବାର

ନୀଳଗିରି:  ଜୈନିକ ବିବାହିତ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ଖୋଡ ମହିଳାଙ୍କ ସ୍ୱାମୀ ବିଦୁ୍ୟତ୍ ଆଘାତରେ ମୃତ୍ୟୁବରଣ କରିଥିବା ପ୍ରକାଶ କରିଥିଲା ବେଳେ ମୃତ ମହିଳାଙ୍କ ବାପଘର ଲୋକେ ସ୍ୱାମୀ ମାରିଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ସୂଚନା ଥାଉକି ଔପଦା ବ୍ଲକ୍ କାଣ୍ଡଗରଡି ପଞ୍ଚାୟତ ବଉଳଗଡିଆ ଗ୍ରାମର ଗଙ୍ଗାଧର ମଲ୍ଲିକ ସୋରଥାନା ଅଧୀନସ୍ଥ ଦାଣ୍ଡହରିପୁର ଗ୍ରାମର ରଞ୍ଜୁଲତାକୁ ଦ୍ୱିତୀୟ ବିବାହ କରିଥିଲେ । ଉଭୟଙ୍କ ଔରସରୁ ଦୁଇଟି ପୁତ୍ରସନ୍ତାନ ଏବଂ ଗୋଟିଏ କନ୍ୟା ସନ୍ତାନ ଜନ୍ମଗ୍ରହଣ କରିଥିଲେ । କିଛିବର୍ଷ ଧରି ଉଭୟ ସ୍ୱାମୀ ସ୍ତ୍ରୀ ସୁଖରେ ସଂସାର କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ମନୋମଲିନ୍ୟ ଦେଖାଦେଇଥିଲା । ଏପରିକି ଯୌତୁକ ଲୋଭି ସ୍ୱାମୀ ଗଙ୍ଗାଧର ବାପଘରୁ ଯୌତୁକ ଆଣିବାକୁ ବାଧ୍ୟ କରୁଥିଲେ । ଅନେକ ସମୟରେ ଗଙ୍ଗାଧର ସ୍ତ୍ରୀ ରଞ୍ଜୁଲତାକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଆସୁଥିଲା । ଶେଷରେ ରଞ୍ଜୁଲତା ବାଧ୍ୟହୋଇ ଥାଇଲାଣ୍ଡ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ । ମାତ୍ର ସ୍ୱାମୀ ଚଞ୍ଜକତା କରି ଘରେ କୁକୁଡ଼ା ଚାଷ ଓ ମାଛଚାଷ କରିବା କହି ସ୍ତ୍ରୀକୁ ଘରକୁ ନେଇ ଆସିଥିଲେ । ସୋମବାର ସକାଳେ ରଞ୍ଜୁଲତା ଘର ଗାଡିଆକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ଇଲେକ୍ତ୍ରି କରେଣ୍ଟଲାଗି ଲାଗି ମୃତ୍ୟୁବରଣ କରିଥିବା ସ୍ୱାମୀ ଗଙ୍ଗାଧର କହିଥିବା ବେଳେ ରଞ୍ଜୁଲତାର ବାପଘର ଲୋକ ରଞ୍ଜୁଲତାକୁ କରେଣ୍ଟ ଦେଇ ମାରିଦେଇଥିବା ପାଲଟା ଅଭିଯୋଗ କରିଛନ୍ତି । ଗାଡିଆରେ ମାଛ ଚୋରୀ ହେଉଥିବା ନେଇ ବିଦୁ୍ୟତ୍ ସଂଯୋଗ କରାଯାଇଥିବା ଗଙ୍ଗାଧର ପ୍ରକାଶ କରିଛନ୍ତି । ତେବେ ମୃତକ ମହିଳାଙ୍କ ଭାଉଜ ଭାରତୀ ମଲ୍ଲିକ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ କଲାପରେ ନୀଳଗିରି ପୋଲିସ ୫୪/୨୫ରେ ମାମଲା ରୁଜୁ କରି ଥାନାରେ ଅଟକ ରଖି ତଦନ୍ତ କରୁଥିବାର ତଦନ୍ତକାରୀ ଅଫିସର ଦିଲ୍ଲୀପ ସେନାପତି ପ୍ରକାଶ କରିଛନ୍ତି । ମୃତକଙ୍କ ଶବବ୍ୟବଚ୍ଛେଦ ପାଇଁ ମରଶରୀରକୁ ନୀଳଗିରି ମେଡିକାଲ ଅଣାଯାଇଥିବା ଜଣାପଡିଛି ।