ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ମୃତଦେହ ଠାବ , ହତ୍ୟା କି ଆତ୍ମହତ୍ୟା ନେଇ ସନେ୍ଦହ

ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ମୃତଦେହ ଠାବ , ହତ୍ୟା କି ଆତ୍ମହତ୍ୟା ନେଇ ସନେ୍ଦହ

ନୀଳଗିରି: ମୁଣ୍ଡ ଓ ଗଣ୍ଡି ଅଲଗା ଅବସ୍ଥାରେ ମୃତ ଦେହ ଠାବ ହୋଇଛି । ସୂଚନା ଅନୁଯାୟୀ ନୀଳଗିରି ଥାନା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ନିକଟ ପାହାଡ଼ ଉପର ଜଙ୍ଗଲ ମଧ୍ୟରେ ଅଜଣା ଗଳିତ ମୃତ ଦେହ ଠାବ ହୋଇଛି । ସହର ଠାରୁ ପ୍ରାୟ ୫୦ ମିଟର ଦୂରରେ ଅଲଗା ହୋଇ ପଡି ରହିଥିଲା ମୁଣ୍ଡ । ଶ୍ୟାସୁନ୍ଦରପୁର ପଞ୍ଚାୟତ କେନ୍ଦୁନାଳ ଗ୍ରାମର ମାଧ ସିଂ ଗତ ମାର୍ଚ୍ଚମାସ ୯ ତାରିଖରେ ଘରୁ ନିଖୋଜ ଥିବାବେଳେ ମୃତ ଦେହଟି ତାଙ୍କର ହୋଇଥିବା ନେଇ ଅନୁମାନ କରା ଯାଉଥିବା ବେଳେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଲାଇଛି । ସେପଟେ ମାଧ ସିଂଙ୍କ ଭାଇ ଗଳିତ ମୃତଦେହ ନିକଟରେ ପଡ଼ିଥିବା ଲୁଗାକୁ ଚିହ୍ନଟ କରିଥିବା ବେଳେ ଏହା ତାଙ୍କ ଭାଇର ବୋଲି କହିଥିଲେ । ତାଙ୍କ ଭାଇ କିଛିଦିନ ତଳେ ଘରୁ ଝଗଡା ପରେ ନିଖୋଜ ହୋଇଥିବା କହିଥିଲେ । ପରେ  ଏଠାରେ ଆସି ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି  । ତେବେ ଶରୀର ଓ ମୁଣ୍ଡ ଅଲଗା ଅଲଗା ହୋଇ ପଡିଥିବା ବେଳେ ତାଙ୍କୁ କେହି ହତ୍ୟା କରିଥାଇ ପାରେ ବୋଲି ମଧ୍ୟ ସନେ୍ଦହ କରାଯାଉଛି ।  ଘଟଣା ସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ଉଭୟ ଆତ୍ମହତ୍ୟା ଓ ହତ୍ୟା ଦିଗରୁ ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି  । ଏନେଇ ନୀଳଗିରି ଥାନାରେ ୧୩/୨୪ରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।