ସ୍ୱାସ୍ଥ୍ୟ ସର୍ମ୍ପକିତ ଦାବି ନେଇ ରାଷ୍ଟ୍ରପତିଙ୍କୁ ଦାବି

ବାଲେଶ୍ୱର : ବିଶ୍ୱସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଜନସ୍ୱାସ୍ଥ୍ୟ ଅଭିଯାନ ଭାରତ, ବାଲେଶ୍ୱର ଶାଖା ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେ୍ଦଶ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା ଏଥିରେ ଜନ ସ୍ୱାସ୍ଥ୍ୟ ଅଭିଯାନ ବାଲେଶ୍ୱର ଶାଖାର ଜିଲ୍ଲା ଆବାହକ ମହମ୍ମଦ ଇସଲାମ୍ଙ୍କ ନେତୃତ୍ୱ ନେଇଥିଲେ । 
ଏହି ଦାବିପତ୍ରର ମୁଖ୍ୟ ଉଦେ୍ଦଶ୍ୟ ସମସ୍ତଙ୍କୁ ସ୍ୱାସ୍ଥ୍ୟଗତ ଅଧିକାର, ଅତିଜର୍ଜରିତ ଅବସ୍ଥାରେ ଥିବା ଓଡ଼ିଶାର ସ୍ୱାସ୍ଥ୍ୟଭିତ୍ତିଭୂମିକୁ ସୁଧାରିବା ଓ ଏହାର ଭିତ୍ତିଭୂମିକୁ ମଜଭୂତ କରିବା ଓ ସ୍ୱାସ୍ଥ୍ୟର ଘରୋଇ କରଣକୁ ବିରୋଧ କରିବା,  ପ୍ରତ୍ୟେକ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ଅଧିକାର ସହିତ ମାଗଣା ଚିକିତ୍ସା ଏବଂ ବିଶ୍ୱ ପରିବେଶ ସୁରକ୍ଷା ପାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟତ ଦାବୀ ଥିଲା । ପ୍ରତିମା ପଣ୍ଡା, ବବିତାରାଣି ଦାସ, ଅର୍ଚ୍ଚନା ନନ୍ଦୀ, ସକିଲାବାନୋ, ମାନଗୋବିନ୍ଦ ସେଠୀ  ଓ ସେକ୍ ନାଜିର୍ ପ୍ରମୁଖ ସମାଜସେବୀଗଣ ଏଥିରେ ସକି୍ରୟ ଅଂଶଗ୍ରହଣ କରିଥିଲେ ।