ମାରିଆ ମାଚାଡେ଼ାଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର
ନୂଆଦିଲ୍ଲୀ : ଘୋଷଣା ହେଲା ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏଲାର ମାରିଆ କୋରିନା ମାଚାଡେ଼ାଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର । ନରୱେଜିଆନ୍ ନୋବେଲ୍ କମିଟି ମାରିଆଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏକଛତ୍ରବାଦ ଦେଶରେ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ମାରିଆଙ୍କ ବିଶେଷ ଅବଦାନ ରହିଥିଲା । ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱ ଭୂମିକା ପାଇଁ ତାଙ୍କୁ ଏହି ନୋବେଲ ପୁରସ୍କାର ମିଳିଥିବା ସୂଚନା ମିଳିଛି ।
ଅପର ପକ୍ଷରେ ନିଜକୁ ଦାବିଦାର ଭାବିଥିବା ଆମେରିକା ରାଷ୍ଟ୍ରପତି ଡେ଼ାନାଲ୍ ଟ୍ରମ୍ପ ଲାଗିଛି ଶକ୍ତ ଛଟକା । ଟ୍ରମ୍ପଙ୍କୁ ମିଳିନାହିଁ ନୋବେଲ ଶାନ୍ତି ପୁରସ୍କାର । ଏହି ଘୋଷଣା ଡୋନାଲ୍ଡ ଟ୍ରମ୍ପଙ୍କ ନୋବେଲ୍ ପୁରସ୍କାର ଆଶାକୁ ମାଟିରେ ମିଶାଇଛି। ଯିଏ ଗତ କିଛି ଦିନ ଧରି ଏହି ଦୌଡ଼ ପାଇଁ ନିଜର ପକ୍ଷ ରଖିଥିଲେ। ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋ ଗତ ବର୍ଷ ଧରି ଲୁଚି ରହିବାକୁ ବାଧ୍ୟ ହୋଇଥିଲେ ମଧ୍ୟ ତାଙ୍କ ସଂଘର୍ଷ ଜାରି ରଖିଥିଲେ। "ତାଙ୍କ ଜୀବନ ପ୍ରତି ଗମ୍ଭୀର ବିପଦ ସତ୍ତ୍ୱେ, ସେ ଦେଶରେ ରହିଥିଲେ। ତାଙ୍କ ନିର୍ବାଚନ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେବ," ନୋବେଲ୍ କମିଟି କହିଛି।