ବାମପଟ ଦେଖାଇ ଡାହାଣକୁ ମାଡ଼ିଗଲେ ମୋଦି

 ନୂଆଦିଲ୍ଲୀ: ପାକିସ୍ତାନ୍ ଉପରେ ଯେତେଥର ପ୍ରତିଶୋଧାତ୍ମକ ଆକ୍ରମଣ କରାଯାଇଛି, ତାହା କେବଳ ପାକ୍କୁ ବିଭ୍ରାନ୍ତ କରି ଟାର୍ଗେଟ୍ ଗୋଟିଏ ଦେଖାଇ ଆକ୍ରମଣ ଆଉ ଗୋଟିଏ ଜାଗାରେ କରାଯାଇଛି । ପୂର୍ବରୁ ୨୦୧୯ରେ ହୋଇଥିବା ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଏବଂ ଆଜି ହୋଇଥିବା ଅପରେସନ୍ ସିନ୍ଦୂରରେ ସମାନ ଧରଣର ନୀତି ଆପଣାଇଛି ଭାରତ । ଅର୍ଥାତ୍ ସହଜରେ ବୁଝିବାକୁ ଗଲେ ଆତଙ୍କବାଦୀ ବିରୋଧ ନୀତିରେ ମୋଦି ପାକ୍କୁ ଭୁଅାଁ ବୁଲାଇ ବାମ ପଟ ସିଗ୍ନାଲ୍ ଦେଇ ଡାହାଣ ପଟକୁ ମାଡ଼ି ଯାଇଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ କହୁଛନ୍ତି । କହିବାର ଅର୍ଥ ୨୦୧୯ରେ କରାଯାଇଥିବା ବାଲାକୋଟ ଷ୍ଟ୍ରାଇକ୍ ସମ୍ପର୍କରେ ପାକ୍ ଟିକିଏ ବି ସୂଚନା ପାଇ ନ ଥିଲା । କାରଣ ଏହା ପୂର୍ବରୁ ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଥିବା ବେଳେ ପୁଣିଥରେ ସେହିପରି କିଛି ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯିବ ବୋଲି ପାକିସ୍ତାନ୍ ଆଶା କରୁଥିଲା । କିନ୍ତୁ ଭାରତ ଏସବୁକୁ ବାଦ ଦେଇ ସିଧାସଳଖ ଏୟାରଷ୍ଟ୍ରାଇକ୍ କରିଥିଲା ।
ସେହିଭଳି ବୁଧବାରର ଅପରେସନ୍ରେ ଦେଖିବାକୁ ଗଲେ ରାଜସ୍ଥାନ ସମେତ ଏହାର ଆଖପାଖ ଅଞ୍ଚଳରେ ଘନ ଘନ ମକ୍ ଡ୍ରିଲ୍ କରାଯାଇଥିଲା । ରାତିରେ ବ୍ଲାକ୍ ଆଉଟ୍ କରାଯାଇ ମକ୍ଡ୍ରିଲ୍କୁ ଜୋରଦାର କରାଯାଇଥିଲା । ଏହି ମକ୍ଡ୍ରିଲ୍କୁ ପାକିସ୍ତାନ୍ ମକ୍ ଡ୍ରିଲ୍ ଭାବୁଥିଲେ ମଧ୍ୟ ମଧ୍ୟରାତି୍ରରେ ହୋଇଥିବା ଆକ୍ରମଣକୁ ନେଇ ଆଶ୍ଚର୍ଯ୍ୟଚକ୍କିତ ହୋଇଯାଇଛି । ମୋଦି ଦୋମୁହାଁ ଭାବେ ଭୁଲ୍ ସିଗ୍ନାଲ ଦେଇ ଏୟାର ଷ୍ଟ୍ରାଇକ୍ କରିଛନ୍ତି ବୋଲି କେତେକ ପାକ୍ ନେତାମନ୍ତ୍ରୀ କହୁଥିବା ଚର୍ଚ୍ଚା ହେଉଛି ।