କଟକ ହିଂସା : ବିଜେପି ଓ ବଜରଙ୍ଗ ଦଳକୁ ଦାୟୀ କଲେ ମମତା

କଟକ ହିଂସା : ବିଜେପି ଓ ବଜରଙ୍ଗ ଦଳକୁ ଦାୟୀ କଲେ ମମତା

ଭୁବନେଶ୍ୱର : କଟକ ହିଂସା ପାଇଁ ବିଜେପି ଓ ବଜରଙ୍ଗ ଦଳ ଦାୟୀ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରପକ୍ଷରେ ମମତାଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଆଇନ୍‌ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବର୍ଷିଛନ୍ତି । ଏକ ସଭାରେ ମମତା କହିଥିଲେଯେ, କଟକ ଜଳୁଛି । ବିଜେପି ଓ ବଜରଙ୍ଗ ଦଳ ଏଥିପାଇଁ ଦାୟୀ । ଦେଶକୁ ବିଜେପି ଧ୍ୱଂସ କରିଦେବ । ମୁଁ ଅନେକ ସରକାର ଦେଖିଛି । ହେଲେ ଏମିତି ଏକଛତ୍ରବାଦ ଓ ଅହଙ୍କାରୀ ସରକାର ଦେଖିନାହିଁ । ସେମାନେ ଆଜି କ୍ଷମତାରେ ଅଛନ୍ତି, ଆସନ୍ତାକାଲି ନଥାଇପାରନ୍ତି  । କିଛି ସ୍ଥାୟୀ ନୁହେଁ ବୋଲି ମମତା କହିଛନ୍ତି ।

ଏନେଇ ମନମୋହନ କହିଛନ୍ତିଯେ, ମମତା ଏଭଳି ମନ୍ତବ୍ୟ ଦେବା ଉଚିତ୍‌ ନୁହେଁ । ପଶ୍ଚିମବଙ୍ଗରେ କ’ଣ ଘଟୁଛି ତାହା ସମସ୍ତେ ଦେଖୁଛନ୍ତି । ସେ ନିଜ ରାଜ୍ୟ ଉପରେ ଫୋକସ କରିବାକ ଦରକାର ବୋଲି ସେ କହିଛନ୍ତି । ସେହିପରି ମମତାଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି ପୃଥ୍ୱୀରାଜ । ସେ କହିଛନ୍ତିଯେ, କଟକରେ ଯାହା ଘଟିଲା ତାହା ଦୁର୍ଘଟଣା ଥିଲା । ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ରହିଛି । କଟକ ଶାନ୍ତିପୂର୍ଣ୍ଣ ରହିଛି । ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ଭୁଷୁଡ଼ି ଯାଇଛି । ସେ ଓଡ଼ିଶାକୁ ବଦନାମ କରିବାକୁ ସବୁବେଳେ ଚାହୁଁଛନ୍ତି । କେବେ ଭାଷା ତ କେବେ ସଂସ୍କୃତିକୁ ନେଇ ସେ ଓଡ଼ିଶାକୁ ବଦନାମ କରୁଛନ୍ତି ।