ମୁସଲିମ୍ ସାହି ରାସ୍ତା ଶୋଚନୀୟ
ନିଶ୍ଚିନ୍ତକୋଇଲି : ଝାଡେଶ୍ୱରପୁର ପଞ୍ଚାୟତର କୁସୁମଣ୍ଡଳ ଗୋପୀନାଥପୁର ମୁସଲିମ୍ ସାହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ରାସ୍ତାଟି ନିଶ୍ଚିନ୍ତକୋଇଲି-କୋରୁଆ ପୂର୍ତ୍ତବିଭାଗ ରାସ୍ତାରୁ ବାହାରି ବର୍ଗୀହାଟ ପର୍ଯ୍ୟନ୍ତ ଯାଇଛି । ରାସ୍ତାସାରା ଖାଲ ଖମାରେ ପରିଣତ ହୋଇଥିବାରୁ ଯାତାୟାତାରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି । ବର୍ତମାନ ବର୍ଷଦିନ ହେତୁ ରାସ୍ତାର ଅବସ୍ଥା ଅତ୍ୟନ୍ତ ସାଘାତିକ ହୋଇପଡିଥିବା ଦେଖିବାକୁ ମିଳୁଛି । ଦୈନନ୍ଦିନ ଶହ ଶହ ଲୋକେ ବିଭିନ୍ନ ହାଟ ବଜାରକୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ କିଣିବାକୁ ଯାଉଥିଲା ବେଳେ ଛୋଟ ଛୋଟ ପିଲାମାନେ ସ୍କୁଲକୁ ମଧ୍ୟ ଯାତାୟାତ କରନ୍ତି । ବିପଦ ଆପଦ ସମୟରେ ଜରୁରୀକାଳିନ ଗାଡି ଏହି ବାଟ ଦେଇ ଯିବା ଅସମ୍ଭବ ହୋଇପଡିଥାଏ । ଏବାବଦରେ ସ୍ଥାନୀୟ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତାର ଉନ୍ନତିକରଣ କରିବାକୁ ସାଧାରରରେ ଦାବି ହେଉଛି ।