ବଳାଜିତପଡା ୟୁପି ସ୍କୁଲର ବାର୍ଷିକୋତ୍ସବ
ଭଦ୍ରକ : ଭଦ୍ରକର ବଳାଜିତପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଗୋଷ୍ଠୀ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ଏହି ଉତ୍ସବକୁ ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ରାଜ୍ୟ ସଭାପତି ତି୍ରଲୋଚନ ନାୟକ, କଲେଇ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ତୁଷାରକାନ୍ତି ପରିଡ଼ା, ପୂର୍ବତନ ଶିକ୍ଷୟିତ୍ରୀ ଦୀପ୍ତି ସାମନ୍ତ, ରସିକାବାଜ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପୃଷ୍ଟି, ମଙ୍ଗଳାପଦା ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ଅଶୋକ ଥାଟୋଇ, ପରିଚାଳନା କମିଟିର ଅଧ୍ୟକ୍ଷ ଅଜୟ ଦାସ, ପ୍ରଧାନ ଶିକ୍ଷକ ଅଭିମନୁ୍ୟ ମହାରଣା, ସହକାରୀ ଶିକ୍ଷୟିତ୍ରୀ ଶଶିରେଖା ସାହୁ, ଜ୍ୟୋସ୍ନାରାଣୀ ପାଣିଗ୍ରାହୀ, ନିୟତି ଜେନା, ପରିଚାଳନା କମିଟିର ପୂର୍ବତନ ଅଧ୍ୟକ୍ଷ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ପାଣିଗ୍ରାହୀ ଓ ନିୟତି ଜେନା ଛାତ୍ରଛାତ୍ରୀଙ୍କ ସହଯୋଗରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଅଭିମନୁ୍ୟ ମହାରଣା ସଂପାଦକୀୟ ପାଠ କରି ଶିକ୍ଷାବର୍ଷ ୨୪-୨୫ରେ ବିଦ୍ୟାଳୟରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମର ସଫଳତା ଅବଗତ କରାଇଥିଲେ । ଏହି ଅବସରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓ ବାର୍ଷିକ କ୍ରୀଡାର କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିମାନେ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ଶଶୀରେଖା ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ନାଟକ ‘ଅର୍କକ୍ଷେତ୍ର କୋଣାର୍କ’ ବେଶ୍ ମନ ମୋହିଥିଲା ।