ଓଲଟିଲା କାର, ୩ ଆହତ
ବଲାଙ୍ଗିର: ବଲାଙ୍ଗିର ସ୍ଥିତ ଶ୍ରୀନୃସିଂହ ମନ୍ଦିର କାର୍ୟ୍ୟାଳୟ ଠାରେ ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁ ପୂଜନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜୁଲାଇ ମାସ ୧୦ ତାରିଖ ଗୁରୁ ପୂର୍ଣ୍ଣିମା ଦିନ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଗୁରୁପୂଜନ ଉପଲକ୍ଷେ ବିଭିନ୍ନ କାର୍ୟ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ଦିନ ରେ ସକାଳ ଘ.୯ ସମୟରେ ଏକ ଅଧ୍ୟାୟ ଭାଗବତ ପାରାୟଣ ଗୁରୁଭାଇ ଲିପକ ମିଶ୍ର ଦ୍ୱାରା ପରିବେଷଣ କରାଯିବ । ପୂର୍ବାହ୍ନ ଘ.୧୧.୩୦ ମି, ସମୟରେ ଗୁରୁଭାଇ ଭଉଣୀ ସେବା ସଂଘର ବାର୍ଷିକ ବିବରଣୀ ପଠନ, ଆୟବ୍ୟୟ ର ହିସାବ ତାଲିକା, ସଂଗଠନ ସମ୍ବନ୍ଧରେ ବିଭିନ୍ନ ସୂଚନା ସମେତ ଆଗାମୀ ବୃନ୍ଦାବନ ଧାମ ଯାତ୍ରା ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବ । ପରେ ଗୁରୁ ପୂଜନ ଓ ଆଶିର୍ବଚନ ଗ୍ରହଣ କରାଯିବା ପାଇଁ ସ୍ଥିର କରାଯାଇଅଛି ।